ରିଲିଜ ପୂର୍ବରୁ ଆଡଭାନ୍ସ ବୁକିଂରେ ରେକର୍ଡ କରିବ ‘କିସି କା ଭାଇ କିସି କି ଜାନ’

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଅପକମିଙ୍ଗ୍‌ ଚଳଚ୍ଚିତ୍ର ‘କିସି କା ଭାଇ କିସି କି ଜାନ’ର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଯାଇଛି। ଏହି ଚଳଚ୍ଚିତ୍ର ମାଧ୍ୟମରେ ସଲମାନ ଖାନ ତିନି ବର୍ଷ ପରେ ବଡ ପରଦାରେ ଫେରୁଛନ୍ତି। ଅଭିନେତାଙ୍କ କୋଟି କୋଟି ପ୍ରଶଂସକ ତାଙ୍କ ଫିଲ୍ମକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତ। ଇଦ୍‌ ୨୦୨୩ ଅବସରରେ ରିଲିଜ ହେବାକୁ ଥିବା ଏହି ଚଳଚ୍ଚିତ୍ରଟି ବହୁତ ଭଲ ବ୍ୟବସାୟ କରିବ ବୋଲି ଆଶା କରାଯାଉଛି।

ରିପୋର୍ଟ ଅନୁଯାୟୀ, ସଲମାନ ଖାନଙ୍କ ଏହି ଚଳଚ୍ଚିତ୍ରର ଅଗ୍ରୀମ ବୁକିଂ ରବିବାର ଠାରୁ ଆରମ୍ଭ ହୋଇଛି । ମୁମ୍ବାଇର ବିଳାସପୂର୍ଣ୍ଣ ସିଙ୍ଗଲ ସ୍କ୍ରିନ ଥିଏଟର ଗୋଟିଏ ଘଣ୍ଟାରେ ବୁକ୍‌ ହୋଇଗଲା। ଫରହାଦ ସମଜୀଙ୍କ ନିର୍ଦ୍ଦେଶିତ ‘କିସି କା ଭାଇ କିସି କି ଜାନ’ରେ ସଲମାନ ଖାନ, ପୂଜା ହେଗଡେ, ଭେଙ୍କଟେଶ, ଭୂମିକା ଚାୱଲା, ଶେହନାଜ ଗିଲ, ରାଘବ ଜୁୟାଲ, ସିଦ୍ଧାର୍ଥ ନିଗମ, ଜଗପତି ବାବୁ, ବିଜୟନ୍ଦର ସିଂ, ପାଲକ ତିୱାରୀ ଆଦି ଷ୍ଟାରକାଷ୍ଟ ରହିଛନ୍ତି।

Share