ଇଦରେ ଯାଦୁ ଦେଖାଇ ପାରିଲାନି ସଲମାନଙ୍କ ମୁଭି

ମୁମ୍ବାଇ: ବଲିଉଡର ମେଗା ସୁପରଷ୍ଟାର ସଲମାନଙ୍କ ଖଁାଙ୍କ ଅଭିନୀତ ଲାଟେଷ୍ଟ ମୁଭି ‘କିସି କା ଭାଇ କିସି କି ଜାନ’ ଶୁକ୍ରବାର ରିଲିଜ ହୋଇଯାଇଛି। ପ୍ରତିଥର ପ୍ରରି ଏଥର ବି ଇଦ ଅବସରରେ ରିଲିଜ ହୋଇଛି ସଲମାନଙ୍କ ଏହି ମୁଭି। ସବୁବେଳେ ଇଦରେ ରିଲଜ ହୋଇ ଓପନିଂ ଡେ’ରେ ରେକର୍ଡ ପରିମାଣର ବିଜନେସ କରୁଥିବା ସଲମାନଙ୍କ ମୁଭି କିନ୍ତୁ ଏଥର ସଫଳ ହୋଇନାହିଁ। କାରଣ ସଲମାନଙ୍କ ମୁଭି ‘କିସି କା ଭାଇ କିସି କି ଜାନ’ ରିଲିଜର ପ୍ରଥମ ଦିନରେ ବକ୍ସ ଅଫିସରେ ବମ୍ପର ଓପନିଂ ମିଳିନାହିଁ। ୧୨ ବର୍ଷର ଇତିହାସରେ ଏହି ମୁଭି ଇଦରେ ଓପନିଂ ଡେ’ରେ ସଲମାନଙ୍କ କ୍ୟାରିୟରରେ ସବୁଠାରୁ କମ ଆୟ କରିଥିବା ଫିଲ୍ମ ତାଲିକାରେ ସାମିଲ ହୋଇଯାଇଛି।

ବେଶ କିଛି ଦିନ ହେବ ସଲମାନଙ୍କ ପ୍ରଶଂସକ ତାଙ୍କ ଲାଟେଷ୍ଟ ମୁଭି ’କିସି କା ଭାଇ କିସି କି ଜାନ’କୁ ଅପେକ୍ଷା ରଖିଥିଲେ। ଆଶା କରାଯାଉଥିଲା କି ଓପନିଂ ଡେରେ ଏହା ରେକର୍ଡ କରିବ। ହେଲେ ସେମିତି କିଛି ଘଟିଲା ନାହିଁ।
ହେଲେ ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶଙ୍କ ସୂଚନା ଅନୁଯାୟୀ, ସଲମାନଙ୍କ ଏହି ମୁଭି ଓପନିଂ ଡେ’ରେ ୧୫.୮୧ କୋଟି ଆୟ କରି ପାରିଛି। ଫିଲ୍ମ ଦବଙ୍ଗକୁ ବାଦ ଦେଲେ ସଲମାନଙ୍କ ଗତ ୧୨ ବର୍ଷର କ୍ୟାରିୟରରେ ଇଦରେ ସବୁଠାରୁ କମ ଆୟ କରିଛି ‘କିସି କା ଭାଇ କିସି କି ଜାନ’।
ସୂଚନାଯୋଗ୍ୟ, ସଲମାନଙ୍କ ଇଦରେ ରିଲିଜ ହୋଇଥିବା ଫିଲ୍ମର ଓପନିଂ ଡେ’ କଲେକ୍ସନ ଭାବେ ୨୦୧୧ରେ ରିଲିଜ ହୋଇଥିବା ମୁଭି ବଡିଗାର୍ଡ-୨୧.୬୦ କୋଟି, ଟାଇଗର-୩୨.୯୩, କିକ-୨୬.୪୦, ବଜରଙ୍ଗି ଭାଇଜାନ-୨୭.୨୫, ସୁଲତାନ-୩୬.୫୪, ଟ୍ୟୁବଲାଇଟ-୨୧.୧୫, ରେସ୩-୨୯.୧୭ ଓ ଭାରତ-୪୨.୩୦ କୋଟି କଲେକ୍ସନ କରିଥିଲା।

Share