ପଠାନରେ ଦେଖିବାକୁ ମିଳିଲା ‘କିସି କା ଭାଇ କିସି କି ଜାନ୍‌’

ମୁମ୍ବାଇ: ସଲମାନଙ୍କ ପ୍ରଶଂସକଙ୍କ ପାଇଁ ଆଜି ଦିନଟି ସବୁଠୁ ଖୁସି ଆଉ ସ୍ବତନ୍ତ୍ର ଦିନ। ଶାହାରୁଖଙ୍କ ପରେ ଆକ୍ସନ ଅବତାର ପରେ ଭାଇଜାନ୍‌ଙ୍କୁ ଦେଖିବାକୁ ମିଳିଛି। ଭାଇଜାନଙ୍କ ଫିଲ୍ମ ‘କିସି କା ଭାଇ କିସି କି ଜାନ୍‌’ର ଟିଜର ରିଲିଜ ହୋଇଛି। ଏହି ଫିଲ୍ମରେ ସଲମାନଙ୍କୁ ଲମ୍ବା କେଶରେ ଦେଖିବାକୁ ମିଳିଛି। ତାଙ୍କର ଏହି ଷ୍ଟାଇଲ୍‌ ଏବେ ଯୁବପିଢ଼ିଙ୍କୁ ନିଶ୍ଚିତ ପ୍ରଭାବିତ କରିବ। ଫିଲ୍ମରେ ଶେହନାଜ ଗିଲ୍‌,ପଲକ ତିଓ୍ବାରୀ ଏବଂ ସିଦ୍ଧାର୍ଥ ନିଗମଙ୍କୁ ମଧ୍ୟ ଦେଖିବାକୁ ମିଳିବ। ସଲମାନଙ୍କ ଏହି ଫିଲ୍ମ ଇଦ୍‌ ଉପଲକ୍ଷେ ରିଲିଜ ହେବ।

Share