‘କିସି କା ଭାଇ କିସି କି ଜାନ’ର ଧମାକାଦାର ଟ୍ରେଲର ରିଲିଜ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘କିସି କା ଭାଇ କିସି କି ଜାନ’ର ଟ୍ରେଲର ସୋମବାର ମୁକ୍ତିଲାଭ କରିଛି। ଯାହାକୁ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଥିଲା। ତେବେ ୩ ମିନିଟ୍‌ ୨୫ ସେକେଣ୍ଡର ଟ୍ରେଲରରେ ସଲମାନ ଜବରଦସ୍ତ ଲୁକ୍‌ରେ ନଜର ଆସିଛନ୍ତି।

ଫରହାଦ ସାମଜୀଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ଏପ୍ରିଲ ୨୧ ଇଦ୍‌ ଅବସରରେ ମୁକ୍ତିଲାଭ କରିବ। ତେବେ ସଲମାନ ନିଜେ ଏହି ଫିଲ୍ମର ପ୍ରଡକ୍ସନ ଦାୟିତ୍ୱ ନିଭାଇଛନ୍ତି। ଏହି ଚଳଚ୍ଚିତ୍ର ସହିତ ସଲମାନ ଦୁଇଟି ନୂଆ ଚେହେରାକୁ ସାମ୍ନାକୁ ଆଣିଛନ୍ତି। ଜଣେ ହେଉଛନ୍ତିପାଲକ ତିୱାରୀ ଏବଂ ଅନ୍ୟ ଜଣେ ଶେହନାଜ ଗିଲ। ଏହା ଉଭୟ ଅଭିନେତ୍ରୀଙ୍କ ପ୍ରଥମ ବଲିଉଡ ଫିଲ। ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ପୂଜା ହେଗଡେ ଅଛନ୍ତି।

Share