ଶେଷ ହେଲା ଶୁଟିଂ

ବମ୍ବେ: ୨୦୨୩ରେ ରିଲିଜ ହେବ ଦବଙ୍ଗ ଖାଁ ସଲମାନଙ୍କ ଫିଲ୍ମ ‘କିସି କା ଭାଇ କିସି କାମ ଜାନ୍‌’। ନିକଟରେ ଏହାର ଶୁଟିଂ ଶେଷ ହୋଇଛି। ଅଭିନେତା ଫିଲ୍ମରେ ନିଜର ଲୁକ୍‌ ଫଟୋ ଶେୟାର କରି ଏନେଇ ପ୍ରଶଂସକଙ୍କୁ ଦେଇଛନ୍ତି ସୂଚନା। ଫଟୋରେ ସଲମାନ କଳାରଙ୍ଗର ଜିନ୍ସ ସାଙ୍ଗକୁ ପିନ୍ଧିଛନ୍ତି ଟି-ଶର୍ଟ। ଏଥିସହ ରହିଛି ଜ୍ୟାକେଟ୍‌। ବିଶେଷକରି ତାଙ୍କର ଲମ୍ବା କେଶ ଚର୍ଚ୍ଚାକୁ ଆସିଛି।

ଚଳିତ ବର୍ଷ ମେ’ରୁ ଫିଲ୍ମର ଶୁଟିଂ ଆରମ୍ଭ ହୋଇଥିଲା। ମୁମ୍ବାଇ ପରେ ହାଇଦ୍ରାବାଦ ଏବଂ ଲଦାଖରେ କିଛି ଅଂଶର ଶୁଟିଂ କରାଯାଇଥିଲା। ଆସନ୍ତା ବର୍ଷ ଇଦ୍‌ ଅବସରରେ ଏହା ପରଦାକୁ ଆସିବ। ଫିଲ୍ମରେ ସଲମାନଙ୍କ ବ୍ୟତିତ ପୂଜା ହେଗଡେ, ଶେହନାଜ ଗିଲ, ଜସି ଗିଲ, ରାଘବ ଜୁୟାଲ, ବିଜେନ୍ଦର ସିଂହ ପ୍ରମୁଖ ଅଛନ୍ତି।

Share