Categories: ଖେଳ

କିସ୍‌ ଚାମ୍ପିୟନ, ଜଗତ୍‌ସିଂହପୁର ରନରଅପ୍‌

ଭୁବନେଶ୍ୱର, ୨୮।୫ (ତପନ ସ୍ବାଇଁ): ଓଡ଼ିଶା ରଗ୍‌ବୀ ଫୁଟବଲ ଆସୋସିଏଶନ (ଓର୍‌ଫା) ଆନୁକୂଲ୍ୟରେ କିଟ୍‌ ରଗ୍‌ବୀ ଷ୍ଟାଡିୟମରେ ଆନ୍ତଃ ଜିଲା ଜୁନିୟର ବାଳିକା ରଗ୍‌ବୀ ୭ଏସ୍‌ ଚାମ୍ପିୟନଶିପ୍‌ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ କିସ୍‌ ଦଳ ଚାମ୍ପିୟନ ଏବଂ ଜଗତ୍‌ସିଂହପୁର ରନରଅପ୍‌ ହୋଇଛି। କେନ୍ଦୁଝର ଜିଲା ଦଳକୁ ତୃତୀୟ ସ୍ଥାନ ମିଳିଛି। ଓଡ଼ିଶା ରଗ୍‌ବୀ ଫୁଟବଲ ଆସୋସିଏଶନ ସମ୍ପାଦକ ଉପେନ୍ଦ୍ର କୁମାର ମହାନ୍ତି ବିଜେତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ। କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କୃତୀ ଦଳର ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Share