ପ୍ରେମ ପାଇଁ ଯଦିଓ ନିର୍ଦ୍ଦିଷ୍ଟ ଦିନ,ବାର, ତିଥି ନାହିଁ ତଥାପି ପ୍ରେମୀଯୁଗଳଙ୍କ ପାଇଁ ବର୍ତ୍ତମାନ ଚାଲିଛି ପ୍ରେମ ଋତୁ। ଫେବୃୟାରୀ ୭ରୁ ଏହା ଆରମ୍ଭ ହୋଇଥିବା ବେଳେ ଭାଲେଣ୍ଟାଇନ୍ ଡେ’ ଅର୍ଥାତ୍ ୧୪ରେ ଶେଷ ହେବ। ଏହାର ଗୋଟିଏ ଦିନ ପୂର୍ବରୁ ପ୍ରେମୀଯୁଗଳ କିସ୍ ଡେ’ ପାଳନ କରିଥାନ୍ତି। କିସ୍ ବା ଚୁମ୍ବନ ସମ୍ପର୍କକୁ ଆହୁରି ସୁଦୃଢ଼ କରିଥାଏ। ଯଦି ଏହା ଆପଣଙ୍କର ପ୍ରଥମ ଭାଲେଣ୍ଟାଇନ୍ସ ସପ୍ତାହ ଏବଂ ଆପଣଙ୍କ ସାଥୀଙ୍କ ସହିତ ପ୍ରଥମ କିସ୍ ଡେ’ ହେବାକୁ ଯାଉଛି, ତେବେ ଏହା ଆପଣଙ୍କ ପାଇଁ ଅଧିକ ମହତ୍ତ୍ୱପୂର୍ଣ୍ଣ। ଏହି ଦିନ ସାଥୀଙ୍କୁ ଖାସ୍ ଅନୁଭବ କରିବାକୁ ପଡ଼ିବ। ପ୍ରେମିକା-ପ୍ରେମିକ ଏହିଦିନ ପରସ୍ପର ପ୍ରତି ରୋମାନ୍ସ ଦେଖାଇବାରେ କୁଣ୍ଠାବୋଧ କରିବା ଆଦୌ ଉଚିତ୍ ନୁହଁ। ପରସ୍ପରକୁ କିସ୍ ଦେଇ ପ୍ରେମୀଯୁଗଳ ସେମାନଙ୍କର ପ୍ରେମକୁ ପରିପ୍ରକାଶ କରିଥାନ୍ତି।