Categories: ଖେଳ

କିସ୍‌ ବାଳିକା ଓ ବାଳକ ବର୍ଗରେ ଚାମ୍ପିୟନ

ଖୁଣ୍ଟା,୧୧ା୧୨(ଦେବରଞ୍ଜନ ବେହେରା) : ମୟୂରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ଅଧୀନ ଭୋଳାଗଡ଼ିଆ ପଞ୍ଚାୟତସ୍ଥିତ ମିନି ଷ୍ଟାଡିୟମଠାରେ ଓଡ଼ିଶା ସରକାର ଏବଂ ଓଡ଼ିଶା ରଗବୀ ଆସୋସିଏଶନ ପକ୍ଷରୁ ମୟୂରଭଞ୍ଜ ଜିଲା ରଗବୀ ଫୁଟବଲ ଆସୋସିଏଶନ ଆନୁକୁଲ୍ୟରେ ୮ମ ବାର୍ଷିକ ରାଜ୍ୟସ୍ତରୀୟ ସବ୍‌ ଜୁନିୟର ରଗବୀ ଫୁଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏଥିରେ କନ୍ଧମାଳ, କୋରାପୁଟ, ମୟୂରଭଞ୍ଜ, ବାଲେଶ୍ୱର,ଯାଜପୁର, ଗଞ୍ଜାମ, କେନ୍ଦୁଝର, କିସ ଭୁବନେଶ୍ୱର ଓ ସମ୍ବଲପୁର ଆଦି ମୋଟ ୨୪ ବାଳିକା, ବାଳକ ଟିମ୍‌ ଅଂଶ ଗ୍ରହଣ କରିଥିଲେ। ୧୪ ବର୍ଷରୁ କମ୍‌ ବାଳିକା ବର୍ଗ ଫାଇନାଲ ମ୍ୟାଚ କିସ୍‌ ଓ ମୟୂରଭଞ୍ଜ ରଗବୀ ଟିମ୍‌ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। କିସ୍‌ ଟିମ୍‌ ୨୦-୦ ପଏଣ୍ଟରେ ଚାମ୍ପିୟନ ହୋଇଥିଲା। ସେହିପରି ୧୪ ବର୍ଷରୁ କମ୍‌ ବାଳକ ବର୍ଗରେ କିସ୍‌ ଓ ଯାଜପୁର ରଗବୀ ଫୁଟବଲ ଟିମ ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଲା। ଏଥିରେ କିସ୍‌ ଟିମ୍‌ ୧୫-୦ ପଏଣ୍ଟରେ ଚାମ୍ପିୟନ ହୋଇଥିଲା।
ଉଦ୍‌ଯାପାନୀ ଉତ୍ସବରେ ଅତିଥି ଭାବେ ଜିଲା ରଗବୀ ଟିମ୍‌ର ଆମ୍ବାସଡର ତଥା ପୂର୍ବତନ ଉପ ବାଚସ୍ପତି ସାନନ୍ଦ ମାରାଣ୍ଡି , ଖୁଣ୍ଟା ବ୍ଲକ ଅଧ୍ୟକ୍ଷା ସୁଧନ୍ୟା ନାଏକ, ଜିଲା କ୍ରୀଡ଼ା ଅଧିକାରୀ ଅବନୀ ମହାନ୍ତି, ଓଡ଼ିଶା ରଗବୀ ଫୁଟବଲ ଏସୋସିଏସନର ଜେନରାଲ ସେକ୍ରେଟାରୀ ଉପେନ୍ଦ୍ର କୁମାର ମହାନ୍ତି, ଯୁଗ୍ମ ସମ୍ପାଦକ ସୁଶାନ୍ତ ସାହୁ, ଭାରତୀୟ ରଗବୀ ଫୁଟବଲର ଆସିଷ୍ଟାଣ୍ଡ କୋଚ଼ ମାନସ କୁମାର ଜେନା, ଜିଲା ରଗବୀ ଫୁଟବଲ ଆସୋସିଏସନର ସଭାପତି ସୁନାରାମ କିସ୍କୁୁ ଓ ସମ୍ପାଦକ ଜେ. ସୁୁଶିଲ ହେମ୍ବ୍ରମ ପ୍ରମୁଖ ଯୋଗ ଦେଇଥିଲେ।

Share