କରୋନା ପ୍ରତିବନ୍ଧକ ସତ୍ତ୍ୱେ ମେଟ୍ରୋ ଟ୍ରେନ୍‌ରେ ଚୁମ୍ବନ ଦେଲେ ପ୍ରେମୀଯୁଗଳ, ଆଉ ତା’ ପରେ…

ମସ୍କୋ,୨।୧: କରୋନା ମହାମାରୀ ଯୋଗୁ ବିଶ୍ୱର ଅନେକ ସ୍ଥାନରେ ଲକ୍‌ଡାଉନ୍‌ ପରିସ୍ଥିତି ଏବଂ ସର୍ବସାଧାରଣ ସ୍ଥାନରେ ଅନେକ ପ୍ରତିବନ୍ଧକ ଦେଖିବାକୁ ମିଳିଛି। ଅନେକ ସହରରେ ଲକ୍‌ଡାଉନ ଯୋଗୁ ଲୋକଙ୍କ ଧର୍ଯ୍ୟ ମଧ୍ୟ ଭାଙ୍ଗୁଥିବା ଦେଖାଯାଏ। ରୁଷିଆରେ ଏପରି ବ୍ୟତିକ୍ରମ ଦେଖିବାକୁ ମିଳିଛି। ମେଟ୍ରୋ ଟ୍ରେନ୍‌ରେ କରୋନା ପ୍ରତିବନ୍ଧକ ସମ୍ପର୍କରେ ଲେଖାଯାଇଥିଲା। ଏଥିରେ ଅତିଷ୍ଠ ହୋଇ କିଛି ପ୍ରେମୀଯୁଗଳ ପରସ୍ପର ମଧ୍ୟରେ ଚୁମ୍ବନ ଦେବାରେ ଲାଗିଗଲେ। ଏହା ଦେଖି ଅନେକ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିବା ବେଳେ ଆଉ କିଛି ଲୋକ ନିଜ ନିଜ ମୋବାଇଲରେ ଏହି ଦୃଶ୍ୟକୁ ରେକର୍ଡିଂ କରି ସୋସିଆଲ ମିଡିଆରେ ଭାଇରାଲ କରି ଦେଇଛନ୍ତି। ପରେ ଏସବୁ କଥା ଲୋକଲୋଚନକୁ ଆସିଛି।

ରୁଷିଆର ୟେକାଟେରିନବର୍ଗରେ ଚାଲୁଥିବା ମେଟ୍ରୋ ଟ୍ରେନ୍‌ରେ ପ୍ରେମୀଯୁଗଳ ଚୁମ୍ବନ ଦେଇଥିବାରୁ ଆଉ କିଛି ଲୋକ ଏହାର ପ୍ରତିବାଦ କରିଥିଲେ। ସେମାନେ ଏକଥା ମଧ୍ୟ କହିଛନ୍ତି ଆମର ଉଦ୍ଦେଶ୍ୟ ନୁହେଁ କାହାର ଭାବନାକୁ ଆଘାତ କରିବା। ମାତ୍ର ସର୍ବସାଧାରଣ ସ୍ଥାନରେ ଆଉ ଏହି କରୋନା ମହାମାରୀ ସମୟରେ ଏପରି ବେପରୁଆ ମନୋଭାବ ଆଘାତ ଦେଉଛି।

କରୋନା ମହାମାରୀ ଯୋଗୁ ନାଇଟ୍‌ କ୍ଲବ୍‌ ଏବଂ ସନ୍ଧ୍ୟା ଶୋ’କୁ ରୁଷିଆ ସରକାରଙ୍କ ପକ୍ଷରୁ ବାରଣ କରାଯାଇଥିବାରୁ ଲୋକେ ମେଟ୍ରୋ ଟ୍ରେନ୍‌ରେ ଯିବା ଆସିବା କରୁଛନ୍ତି। ତେବେ ସର୍ବସମ୍ମୁଖରେ ଏପରି ଆଚରଣକୁ ଲୋକେ ସହଜରେ ଗ୍ରହଣ କରିପାରିନାହାନ୍ତି। କାରଣ ଏମିତି କରିବା ଦ୍ୱାରା ସଂକ୍ରମଣର ଭୟ ମଧ୍ୟ ରହିଛି। ଫଳରେ ଲୋକେ ଏପରି ଅଶ୍ଳୀଳ ଆଚରଣର ଘୋର ବିରୋଧ କରିଛନ୍ତି।

Share