Categories: ଖେଳ

କିଟ୍‌ ପ୍ରତିଯୋଗୀଙ୍କୁ ୧ ସ୍ବର୍ଣ୍ଣ, ୧ ବ୍ରୋଞ୍ଜ

ଭୁବନେଶ୍ୱର,୧୫ା୩ (କ୍ରୀଡ଼ା ପ୍ରତିନିଧି): ଚେନ୍ନାଇସ୍ଥିତ ତାମିଲନାଡ଼ୁ ଫିଜିକାଲ ଏଜୁକେଶନ ଆଣ୍ଡ ସ୍ପୋଟର୍‌ସ ୟୁନିଭର୍ସିଟି ଆନୁକୂଲ୍ୟରେ ଚାଲିଥିବା ସର୍ବଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ଆଥଲେଟିକ୍ସ (ମହିଳା ଓ ପୁରୁଷ) ଚାମ୍ପିୟନଶିପ୍‌ର ଦ୍ୱିତୀୟ ଦିବସରେ କିଟ୍‌ ପ୍ରତିଯୋଗୀଙ୍କୁ ୨ଟି ପଦକ ମିଳିଛି। ମହିଳା ୧୦୦ ମିଟର ହର୍ଡଲ୍ସରେ ପ୍ରଜ୍ଞା ପ୍ରଶାନ୍ତି ସାହୁ ସ୍ବର୍ଣ୍ଣ ପଦକ ଜିତିଥିବାବେଳେ ପୁରୁଷ ହାମର ଥ୍ରୋରେ ଅଜୟ କୁମାର ବ୍ରୋଞ୍ଜ ପଦକ ପାଇଛନ୍ତି। ଫଳରେ ଏହି ଦୁଇ ଆଥଲେଟ୍‌ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ପୁରୁଷ ୧୦୦ ମିଟର ରେସ୍‌ପାଇଁ ଲାଲୁ ପ୍ରସାଦ ଭୋଇ ପୂର୍ବରୁ ଯୋଗ୍ୟତା ପାଇ ସାରିଛନ୍ତି। ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ଉତ୍ତର ପ୍ରଦେଶରେ ଅନୁଷ୍ଠିତ ହେବ। ପଦକ ହାସଲ କରିଥିବା ଦୁଇ ଆଥଲେଟ୍‌ଙ୍କୁ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ଏମ୍‌ପି ଅଚ୍ୟୁତ ସାମନ୍ତ ଅଭିନନ୍ଦନ ଜଣାଇଛନ୍ତି।

Share