Categories: ଖେଳ

କିଟ୍‌ ପୁରୁଷ ଦଳ କ୍ୱାର୍ଟରରେ

ଭୁବନେଶ୍ୱର, ୪।୧ (ତପନ ସ୍ବାଇଁ): ଜୟପୁରର ମନିପାଲ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ବୁଧବାର ଆରମ୍ଭ ହୋଇଥିବା ସର୍ବଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ଆନ୍ତଃ ଜୋନ୍‌ ଟେନିସ ଟୁର୍ନାମେଣ୍ଟରେ କିଟ୍‌ ପୁରୁଷ ଦଳ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ପ୍ରି-କ୍ୱାର୍ଟର ଫାଇନାଲରେ ଏହି ଦଳ ରୋହତକର ମହର୍ଷୀ ଦୟାନନ୍ଦ ବିଶ୍ୱବିଦ୍ୟାଳୟକୁ ୩-୦ରେ ପରାସ୍ତ କରିଛି। କିଟ୍‌ ଦଳ ଏହା ପୂର୍ବରୁ ୪ର୍ଥ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ୨୦୨୩-୨୪ ପାଇଁ ଯୋଗ୍ୟତା ଅର୍ଜନ କରି ସାରିଛି। କିଟ୍‌ ଦଳର ଖେଳାଳିମାନେ ହେଲେ କବିର ହଂସ, ଅଥର୍ବ ଶର୍ମା, ଅଂଶୁମାନ ସିଂ ଓ ଆଶିଷ କୁମାର ପରିଡ଼ା। କୋଚ୍‌: ଅନାମୁଲ ହକ୍‌। କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Share