Categories: ଖେଳ

ରଗ୍‌ବୀ ସେମିରେ କିଟ୍‌ ମହିଳା, ପୁରୁଷ ଦଳ

ଭୁବନେଶ୍ୱର, ୨୬ା୫ (ସ୍ପୋଟର୍‌ସ ବ୍ୟୁରୋ): ଉତ୍ତର ପ୍ରଦେଶର ବିଭିନ୍ନ ସହରରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ରଗ୍‌ବୀ ବିଭାଗରେ କିଟ୍‌ ବିଶ୍ୱବିଦ୍ୟାଳୟର ମହିଳା ଓ ପୁରୁଷ ଦଳ ସେମି ଫାଇନାଲରେ ପ୍ରବେଶ କରିଛନ୍ତି। ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ଓ ଆସୋସିଏଶନ ଅଫ୍‌ ଇଣ୍ଡିଆନ ୟୁନିଭର୍ସିଟିଜ୍‌(ଏଆଇୟୁ)ର ମିଳିତ ଆନୁକୂଲ୍ୟରେ ଏହି ପ୍ରତିଯୋଗିତା ଆୟୋଜିତ ହେଉଛି। କିଟ୍‌ ପୁରୁଷ ରଗ୍‌ବୀ ଦଳ ତୃତୀୟ ଲିଗ୍‌ ମ୍ୟାଚରେ ୪୦-୦ରେ ଶିବାଜୀ ବିଶ୍ୱ ବିଦ୍ୟାଳୟ କୋହ୍ଲାପୁରକୁ ପରାସ୍ତ କରିଥିଲା। ସମାନ ଢଙ୍ଗରେ କିଟ୍‌ ମହିଳା ଦଳ ୩୬-୫ରେ ଶିବାଜୀ ବିଶ୍ୱ ବିଦ୍ୟାଳୟ କୋହ୍ଲାପୁରକୁ ପରାସ୍ତ କରିଛି। କ୍ୱାର୍ଟର ଫାଇନାଲରେ କିଟ୍‌ ପୁରୁଷ ଦଳ ୨୨-୫ରେ କାଲିକଟ୍‌ ବିଶ୍ୱ ବିଦ୍ୟାଳୟକୁ ପରାସ୍ତ କରିଥିଲା। ମହିଳା ଦଳ ଏହାର କ୍ୱାର୍ଟର ଫାଇନାଲରେ ୨୦-୦ରେ କିସ୍‌ ବିଶ୍ୱ ବିଦ୍ୟାଳୟକୁ ପରାସ୍ତ କରିଛି। ଶୁକ୍ରବାର ସେମି ଫାଇନାଲରେ ପୁରୁଷ ଦଳ ଲଭ୍‌ଲି ପ୍ରଫେସନାଲ ୟୁନିଭର୍ସିଟି ପଞ୍ଜାବ ଓ ମହିଳା ଦଳ ଶିବାଜୀ ବିଶ୍ୱ ବିଦ୍ୟାଳୟ କୋହ୍ଲାପୁରକୁ ଭେଟିବ।
ଟେନିସ୍‌ରେ କିଟ୍‌ ମହିଳା ଦଳ ୩-୦ରେ ରୋହତକର ମହର୍ଷି ଦୟାନନ୍ଦ ବିଶ୍ୱବିଦ୍ୟାଳୟକୁ ପରାସ୍ତ କରି ଅଭିଯାନ ଆରମ୍ଭ କରିଛି। ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ମହିଳା ଫୁଟବଲ ମ୍ୟାଚରେ୦-୨ ଗୋଲରେ ଜିଏନ୍‌ଡିୟୁ, ଅମ୍ରିତସର ନିକଟରୁ ପରାଜିତ ହୋଇଛି। ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ହକି ଦଳ ଶୁକ୍ରବାର ଏହାର ଅଭିଯାନ ଆରମ୍ଭ କରିବ। ସେହିପରି ସନ୍ତରଣରେ ଉତ୍କଳ ବିଶ୍ୱ ବିଦ୍ୟାଳୟ ମଧ୍ୟ ଶୁକ୍ରବାର ଅଭିଯାନ ଆରମ୍ଭ କରିବ।

Share