ଗୁଡ଼ିର ମୃତ୍ୟୁ ଫାଶ

ମାଞ୍ଜା ସୂତା ବ୍ୟବହାର ଓ ବିକ୍ରିକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ଜାନୁୟାରୀ ୯ ତାରିଖରେ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ପରେ କଟକ ଜିଲାପାଳ ବିଜ୍ଞପ୍ତି ଜାରି କରିଛନ୍ତି। ଏଥିରେ ଉଲ୍ଲେଖ କରାଯାଇଛି ଯେ, ମାଞ୍ଜା ଦିଆଯାଇଥିବା ନାଇଲନ୍‌ ବା ଅନ୍ୟ ସୂତା ତିଆରି, ବିକ୍ରି, ରଖିବା ଓ ବ୍ୟବହାର ସମ୍ପୂର୍ଣ୍ଣ ନିଷେଧ। ପଶୁ, ପକ୍ଷୀ ଓ ମଣିଷଙ୍କ ଜୀବନର ସୁରକ୍ଷାକୁ ଦୃଷ୍ଟିରେ ରଖି ପରିବେଶ ସୁରକ୍ଷା ଆଇନର ଧାରା ୫ରେ ଏପରି ନିର୍ଦ୍ଦେଶ ପ୍ରଦାନ କରାଯାଇଛି। ମାଞ୍ଜା ସୂତାରେ କଟି ନିକଟରେ କେତେକ ବ୍ୟକ୍ତି ଗୁରୁତର ଆହତ ହୋଇଥିବାବେଳେ ଅତୀତରେ କେତେକ ଘଟଣାରେ ଲୋକଙ୍କ ଜୀବନ ଯାଇଛି। ମକର ସଂକ୍ରାନ୍ତି ଅବସରରେ ସବୁଆଡ଼େ ଗୁଡ଼ିର ମାହୋଲ ଦେଖାଯାଏ। ମକର ଯେତିକି ପାଖେଇ ପାଖେଇ ଆସେ ରାଜ୍ୟର ବିଭିନ୍ନ ସ୍ଥାନରେ ଗୁଡ଼ିଉଡ଼ା ପର୍ବ ସେତିକି ଅଧିକରୁ ଅଧିକ ଦେଖିବାକୁ ମିଳେ। ବିଶେଷକରି ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ଏହା ବିଶେଷ ଭାବେ ପରିଲକ୍ଷିତ ହୁଏ। ଗୁଡ଼ିଉଡ଼ା ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଥାଏ। ଏହାବାଦ୍‌ ଛୋଟ ପିଲାଠାରୁ ବଡ଼ ପର୍ଯ୍ୟନ୍ତ ନିଜ ନିଜ ଘରର ଛାତ ଉପରେ ବସି ଗୁଡ଼ି ଉଡ଼େଇବା ପାଇଁ ଅନେକ ଲୋକ ପସନ୍ଦ କରନ୍ତି। ଶୀତଋତୁ ଥିବାରୁ ପବନର ତୀବ୍ରତା ନ ଥାଏ ଏବଂ ଏହି ଅବସରରେ ଗୁଡ଼ି ଉଡ଼ାଇବା ବେଶ୍‌ ଆମୋଦଦାୟକ ହୋଇଥାଏ। ଖାଲି ସେତିକି ନୁହେଁ, ଆକାଶରେ ଉଡ଼ୁଥିବା ଆଉ ଏକ ଗୁଡ଼ିକୁ କାଟି ଖସାଇଦେବା ପାଇଁ ଏକପ୍ରକାର ପ୍ରତିଯୋଗିତା ମଧ୍ୟ ଲାଗେ। ଏହା ବର୍ତ୍ତମାନ ଆତ୍ମଘାତୀ ପ୍ରତିଯୋଗିତାରେ ପରିଣତ ହୋଇଛି। ଗୁଡ଼ି ଉଡ଼ାଇବା ପାଇଁ କୌଣସି ନୀତିନିୟମ କି କଟକଣା ନାହିଁ। କିନ୍ତୁ ଗୁଡ଼ିଉଡ଼ାରେ ବ୍ୟବହୃତ ସୂତା ହେଉଛି ଏକ ଭୟଙ୍କର ଅସ୍ତ୍ର। ଏହି ସୂତା ଲାଗି ପୂର୍ବ ବର୍ଷଗୁଡ଼ିକରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅନେକ ଜୀବନ ଯାଇଛି, ଯେଉଁମାନଙ୍କର ବୟସ ୧୫ରୁ ୨୨ ବର୍ଷ ଭିତରେ।
ଭଙ୍ଗାକାଚକୁ ଗୁଣ୍ଡକରି ସୂତାରେ ଅଠା ବୋଳି ଏହି କାଚଗୁଣ୍ଡକୁ ଲଗାଇ ଅନ୍ୟର ଗୁଡ଼ିକୁ କାଟିବା ପାଇଁ ମାଞ୍ଜା ସୂତା ବ୍ୟବହାର କରାଯାଏ। ଏହି ଗୁଡ଼ିସୂତା ରାସ୍ତାରେ ଯାଉଥିବା ଲୋକଙ୍କ ଶରୀରରେ ବାଜିଲେ କାଟିପକାଏ ଏବଂ ପୂର୍ବ ବର୍ଷଗୁଡ଼ିକରେ ଅନେକଙ୍କ ବେକରେ ମାଞ୍ଜା ସୂତା ଲାଗି ତଣ୍ଟି କଟିଛି ଓ ଜୀବନ ଯାଇଛି। ଏହି ମାଞ୍ଜାସୂତା ବ୍ୟବହାରକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ପାଇଁ ୨୦୧୬ ମସିହାରେ ଓଡ଼ିଶା ହାଇକୋର୍ଟରେ ଏକ ମାମଲା ଦାଏର ହୋଇଥିଲା ଏବଂ ଉଚ୍ଚ ନ୍ୟାୟାଳୟ ଏ ନେଇ କଟକଣା ଲଗାଇଥିଲେ। ଖାଲି ସେତିକି ନୁହେଁ, ରାଜ୍ୟ ସରକାରଙ୍କୁ ମାଞ୍ଜା ସୂତା ଉପରେ କଟକଣା ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲେ। ୨୦୧୭ ମସିହାରେ ମାଞ୍ଜା ସୂତାର ପ୍ରସ୍ତୁତି ଏବଂ ବିକାକିଣା ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଥିଲା। ଏହାବାଦ୍‌ ରାଜ୍ୟରେ ଗୁଡ଼ି ଉଡ଼ାଇବାରେ ଏହି ମାଞ୍ଜା ସୂତା ବ୍ୟବହାର ହେଉଛି। ବିଶେଷକରିଚଳିତ ବର୍ଷ ମକର ପର୍ବ ପାଳନ ଅବସରରେ ମାଞ୍ଜାସୂତାରେ ଆହତ ହୋବ ଖବର ସାମ୍ନାକୁ ଆସିଛି। ମକର ପୂର୍ବରୁ ରାଜ୍ୟ ସରକାର ବଜାରରେ ଚଢ଼ାଉ କରି ମାଞ୍ଜା ସୂତା ବିକ୍ରେତା, କ୍ରେତା ଏବଂ ପ୍ରସ୍ତୁତକର୍ତ୍ତାମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି। ରାସ୍ତାରେ ଯାତାୟାତ କରୁଥିବା ସାଧାରଣ ନିରୀହ ଲୋକ ଏହି ମାଞ୍ଜା ସୂତାରେ ଆହତ କିମ୍ବା ମୃତ୍ୟୁବରଣ କରୁଥିବାରୁ ଏ ପ୍ରକାର ସୂତା ବ୍ୟବହାରକାରୀ ବ୍ୟକ୍ତିମାନଙ୍କୁ ହତ୍ୟା ଷଡ଼ଯନ୍ତ୍ର ଅପରାଧରେ ଗିରଫ କରାଯିବା ଉଚିତ। ଏଭଳି ଏକ ପଦକ୍ଷେପ ନେବା ପାଇଁ ରାଜ୍ୟ ସରକାରଙ୍କୁ ଗାଇଡ୍‌ଲାଇନ୍‌ ଆଣିବା ନିମନ୍ତେ ହାଇକୋର୍ଟରେ ଏକ ଜନସ୍ବାର୍ଥ ସମ୍ବଳିତ ମାମଲା ପୂର୍ବରୁ ରୁଜୁ ହୋଇସାରିଥିବାରୁ, ଉକ୍ତ ପ୍ରସଙ୍ଗକୁ ରାଜ୍ୟ ସରକାର ହାଲୁକା ଭାବେ ଗ୍ରହଣ କରିବା ଅନୁଚିତ। ଏହା ଏପରି ଏକ ଆତଙ୍କ ଯେ, କେତେବେଳେ କାହାଠାରେ କାହା ବେକରେ ମାଞ୍ଜା ସୂତା ଲାଗିଯିବ, ତା’ର କଳନା ମଧ୍ୟ କେହି କରିପାରିବେ ନାହିଁ। ଆକାଶରେ ବଜ୍ରପାତ ଭଳି ଆଖିପିଛୁଳାକେ ମାଞ୍ଜା ସୂତା ଆସି ତଣ୍ଟି କାଟି ଚାଲିଯିବ। ତେଣୁ ଏ ପ୍ରକାରର ଏକ ଆମୋଦକୁ ସମ୍ପୂର୍ଣ୍ଣ ରୂପେ ନିଷେଧ କରିବା ପାଇଁ ସରକାର ପଦକ୍ଷେପ ନେଲେ ମଧ୍ୟ ଅସେଚନ ବ୍ୟକ୍ତି ଗୁଡ଼ି ଉଡାଇବା ଲାଗି ମାଞ୍ଜାସୂତା ବ୍ୟବହାର କରୁଛନ୍ତି। ଜନଗହଳି ଅଞ୍ଚଳରେ ଯେତେ ଉଚ୍ଚର ଛାତ ହେଲେ ବି ଗୁଡ଼ି କଟିଗଲେ ତା’ର ସୂତା ତଳେ ପଡ଼ିବା ନିଶ୍ଚିତ ଏବଂ ଏହି ସୂତା କାହା ପାଇଁ ମୃତ୍ୟୁଦୂତ ସାଜିବ କେହି ବି ଆକଳନ କରିପାରିବେ ନାହିଁ। ଗୁଡ଼ିଉଡ଼ାର ଆନନ୍ଦ ଭିତରେ ମୃତ୍ୟୁଜନିତ ଦୁଃଖ ନିଶ୍ଚତ ଭାବେ ଚିନ୍ତାଜନକ।

  • ବାଦଲ ଭୂୟାଁ
    ପ୍ରତିଷ୍ଠାତା ସମ୍ପାଦକ ‘ସିଂହଭୂମ’, ୪ ଜି ପ୍ରତାପ ଆପାର୍ଟମେଣ୍ଟ ଜାମ୍‌ସେଦ୍‌ପୁର,
    ମୋ: ୭୪୮୮୯୯୮୫୩୨

Enter your email to get our daily news in your inbox.

All Right Reserved By Dharitri.Com

କୃତଜ୍ଞତାର ସ୍ବର

ବୁଝିଲ ବନ୍ଧୁ, ଈଶ୍ବରଙ୍କ ଆଶୀର୍ବାଦରୁ ଆମେ ଏ ଜୀବନ ପ୍ରାପ୍ତ ହେଇଛେ ସତ, ହେଲେ ଆମ ଜୀବନରେ ଆମ ମା’ବାପା, ଭାଇ ବନ୍ଧୁ, ପୃଥିବୀ, ଆକାଶ,...

ଆଚାର୍ଯ୍ୟ, ଅବଧାନ ଓ ଶିକ୍ଷକ

ବୈଦିକ ଯୁଗରେ ଅରଣ୍ୟରେ ଥିବା ଋଷିମାନଙ୍କର ଆଶ୍ରମଗୁଡ଼ିକ ଥିଲା ବିଦ୍ୟାଦାନର କେନ୍ଦ୍ର। ଧନୀ, ଗରିବ, ରାଜପୁତ୍ର ସମସ୍ତେ ସେଠାରେ ଏକତ୍ର ବିଦ୍ୟାଗ୍ରହଣ କରୁଥିଲେ। ସନ୍ଦିପନୀ ଉଭୟ...

ସମ୍ପ୍ରସାରଣର ଶାସନ

ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରୁ ଅବସର ପରେ ବରିଷ୍ଠ ସିଭିଲ ସର୍ଭାଣ୍ଟଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କରାଯାଇଆସୁଛି। ମୋଦି ସରକାର କ୍ଷମତାକୁ ଫେରିବାର ସପ୍ତାହକ ପରେ...

ସଦ୍‌ଗୁରୁ ଓ ସତ୍‌ନାମ

ଆମର ଗୋଟାଏ ଦୋଷ ଯେ, କିଛି ନ ବୁଝି, ମହାପୁରୁଷଙ୍କ ଉପରେ ମୂଳରୁ ଭରଷା କରୁ। ଭଗବତ୍‌ ଶକ୍ତିରେ ଅଲୌକିକ ଭାବରେ ସବୁ ସେ କରିଦେବେ...

ବିଷମୁକ୍ତ ହେବ କି ଭାତହାଣ୍ଡି

ମ୍ପ୍ରତିକ ସମୟକୁ ଲକ୍ଷ୍ୟକଲେ କୃଷି ହିଁ ଆମ ଭବିଷ୍ୟତ ବୋଲି କୁହାଯାଇପାରେ। ଏହି କୃଷି ଆମ ଅର୍ଥନୀତିର ସଂସ୍କାରକ। ଆମ ରାଜ୍ୟରେ ସତୁରି ଭାଗରୁ ଅଧିକ...

ଟ୍ରମ୍ପ୍‌ ଓ କପ୍‌ ସମ୍ମିଳନୀ

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଜୟ ବକୁରେ ଅନୁଷ୍ଠିତ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍‌୨୯) ଉପରେ କଳାବାଦଲ ଛାଇ ଦେଇଛି। ଏକଥା...

ପୋଷଣୀୟ ମତ୍ସ୍ୟକ୍ଷେତ୍ର

ଶ୍ୱ ଅର୍ଥନୀତି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପ୍ରତି ମତ୍ସ୍ୟ ସମ୍ପଦର ଅବଦାନ ଓ ଏହାର ଗୁରୁତ୍ୱ ନିଦର୍ଶନ ପାଇଁ ବିଶ୍ୱ ମତ୍ସ୍ୟ...

ଦୁର୍ନୀତିର ବଳୟ

ଆଜି ଘରେ, ବାହାରେ, ରାଜ୍ୟରେ, ଦେଶ ଭିତରେ ଓ ଦେଶ ବାହାରେ ‘ଦୁର୍ନୀତି’ ତା’ର କାୟା ବିସ୍ତାର କରି ଚାଲିଛି। ଏହାକୁ ରୋକିବା ପାଇଁ ଶପଥ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri