କିଟ୍‌କାଟ ପ୍ୟାକ୍‌ରୁ ହଟିଲା ଜଗନ୍ନାଥଙ୍କ ଫଟୋ

ନୂଆଦିଲ୍ଲୀ,୨୦।୧: ଲୋକପ୍ରିୟ ଚୋକେଲେଟ୍‌ ବ୍ରାଣ୍ଡ କିଟ୍‌କାଟ ପ୍ୟାକର ର଼୍ୟାପରରୁ ଭଗବାନ ଜଗନ୍ନାଥ, ବଳଭଦ୍ର ଓ ମା’ ସୁଭଦ୍ରାଙ୍କ ଫଟୋ ହଟାଇ ଦିଆଯାଇଛି। ଏ ନେଇ ନେସଲେ ଇଣ୍ଡିଆ କମ୍ପାନୀ ପକ୍ଷରୁ ଗୁରୁବାର କୁହାଯାଇଛି।

କିଟ୍‌କାଟ ଚକୋଲେଟ ର଼୍ୟାପରରେ ଭଗବାନଙ୍କ ଫଟୋ ପାଇଁ ସୁଇଜରଲାଣ୍ଡର ମଲ୍ଟିନ୍ୟାଶନାଲ କମ୍ପାନୀ ନେସଲେର ଭାରତୀୟ ଶାଖା ନେସଲେ ଇଣ୍ଡିଆକୁ ସୋସିଆଲ ମିଡିଆରେ ଖୁବ୍‌ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏଥିସହ କମ୍ପାନୀ ବିରୋଧରେ ଧାର୍ମିକ ଭାବନାକୁ ଅଘାତ ଦେଉଥିବା ଅଭିଯୋଗ ହୋଇଥିଲା।

“ଆମେ ଏହି ଘଟଣାର ଗୁରୁତ୍ୱକୁ ବୁଝୁଛୁ। ଭୁଲ ବଶତଃ ଯଦି ଆମେ କାହା ଧାର୍ମିକ ଭାବନାକୁ ଆଘାତ ଦେଇଛୁ, ସେଥିପାଇଁ ଆମେ ଦୁଃଖିତ। ଆମେ ଗତବର୍ଷ ଠାରୁ ମାର୍କେଟରୁ ସେହି ପ୍ୟାକ ହଟାଇ ଦେଇଛୁ। ଆପଣଙ୍କ ସମର୍ଥନ ପାଇଁ ଧନ୍ୟବାଦ” ବୋଲି ନେସଲେ ପ୍ରବକ୍ତା କହିଛନ୍ତି।

କିଟ୍‌କାଟ ଛଡ଼ା ମାଗି, ନେସକଫେ, ମିଲ୍‌କମେଡ, ମଞ୍ଚ ଓ ମିଲକବାର ଭଳି ଲୋକପ୍ରିୟ ପ୍ରଡକ୍ଟ ନିର୍ମାତା ପକ୍ଷରୁ କୁହାଯାଇଛି, ଓଡ଼ିଶାର ପରାମ୍ପରାକୁ ପାଳନ କରିବା ଏବଂ ଏହାର ପ୍ରଚାର ପାଇଁ ପ୍ୟାକ୍ସ ଉପରେ ‘ପଟ୍ଟଚିତ୍ର’ ଛପା ଯାଇଥିଲା।

Share