Categories: ଖେଳ

ଜାତୀୟ କ୍ରୀଡ଼ାରେ କିଟ୍‌ର ୩୦ ପ୍ରତିଯୋଗୀ

ଭୁବନେଶ୍ୱର, ୨୯।୯ (କ୍ରୀଡ଼ା ପ୍ରତିନିଧି): ଜାତୀୟ କ୍ରୀଡ଼ାର ୩୬ତମ ସଂସ୍କରଣ ଗୁରୁବାର ଗୁଜରାଟରେ ଉଦ୍‌ଘାଟିତ ହେବ। ଏହାର ବିଭିନ୍ନ ପ୍ରତିଯୋଗିତାର ମ୍ୟାଚ କିନ୍ତୁ ଗତ ୨୬ ତାରିଖରୁ ଆରମ୍ଭ ହୋଇଯାଇଛି। ପ୍ରତିଯୋଗିତାରେ କିଟ୍‌ ଓ କିସ୍‌ର ୩୦ ପ୍ରତିଯୋଗୀ ଓ ୩ ଅଫିସିଆଲ ଅଂଶଗ୍ରହଣ କରୁଛନ୍ତି। ଏହା ମଧ୍ୟରେ ୨୨ ମହିଳା ଓ ୮ ପୁରୁଷ ପ୍ରତିଯୋଗୀ ସାମିଲ। କିଟ୍‌ ପ୍ରତିଯୋଗୀମାନେ ଆର୍ଚେରୀ, ଆଥଲେଟିକ୍ସ, ସାଇକ୍ଲିଂ, ହକି, ଖୋ ଖୋ, ରୋଇଂ, ରଗ୍‌ବୀ, ଶୁଟିଂ ଓ ଭାରୋତ୍ତୋଳନ ଆଦି ୯ଟି ଇଭେଣ୍ଟରେ ଭାଗନେବେ।

ପ୍ରମୁଖ ଖେଳାଳିଙ୍କ ମଧ୍ୟରେ ଦୂତୀ ଚାନ୍ଦ, ଶ୍ରାବଣୀ ନନ୍ଦ, ଅମିୟ କୁମାର ମଲିକ, ଲାଲୁ ପ୍ରସାଦ ଭୋଇ, ସ୍ବସ୍ତି ସିଂ, ଲିଲିମା ମିଞ୍ଜ, ସୁନୀତା ଲାକ୍ରା, ଶ୍ରୀୟଙ୍କା ଷଡ଼ଙ୍ଗୀ, ସ୍ନେହା ସୋରେନ ପ୍ରମୁଖ ରହିଛନ୍ତି। କିଟ୍‌ର ମହାନିର୍ଦ୍ଦେଶକ ଗଗନେନ୍ଦୁ ଦାଶ ଭଲିବଲ ଟେକ୍ନିକାଲ କମିଟି ଚେୟାରମ୍ୟାନ ନିଯୁକ୍ତ ହୋଇଥିବାବେଳେ ରାଜେଶ ହାଂସଦା ଓଡ଼ିଶା ଆର୍ଚେରୀ ଟିମ୍‌ର କୋଚ୍‌, କନ୍ଦନ ମୁର୍ମୁ ଜୁଡୋ ଏବଂ ବିଶ୍ୱଜିତ ଦାସ ଭଲିବଲ୍‌ର ବୈଷୟିକ ଅଧିକାରୀଭାବେ ଦାୟିତ୍ୱ ତୁଲାଇବେ। କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ଏମ୍‌ପି ସମସ୍ତ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Share