ଷ୍ଟେଜ୍‌ ଉପରେ ବାରମ୍ବାର ଝାଳ ପୋଛୁଥିଲେ, ପାଣି ପିଉଥିଲେ; ଶେଷରେ ପଡ଼ି ଯାଇ…

ବମ୍ବେ: ମୃତ୍ୟୁ ଏକ ଅନିମନ୍ତ୍ରିତ ଅତିଥି। ସେ ଲୁଚିଛପି କେତେବେଳେ ଯେ ଆସିଯାଏ କହିହୁଏନା। ଠିକ୍‌ ଏଭଳି କିଛି ଘଟିଛି ବଲିଉଡ୍‌ର ଖ୍ୟାତନାମା କଣ୍ଠଶିଳ୍ପୀ କ୍ରିଷ୍ଣକୁମାର କୁନ୍ନାଥ ଓରଫ କେକେଙ୍କ କ୍ଷେତ୍ରରେ। କୋଲକାତାର ନଜୁରଲ ମଞ୍ଚରେ ଆୟୋଜିତ କନସର୍ଟରେ ଗାଇବା ପରେ ହଠାତ ସେ ଅସୁସ୍ଥ ଅନୁଭବ କରିଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲେ ହେଁ ବିଳମ୍ବ ହୋଇଯାଇଥିଲା। ଶେଷରେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଛି। ବିଳମ୍ବିତ ରାତିର ଏହି ଘଟଣା କେକେଙ୍କ ପ୍ରଶଂସକଙ୍କୁ ଦୋହଲାଇ ଦେଇଛି। କେହି ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। ବୋଧହୁଏ କେକେ ମଧ୍ୟ କନସର୍ଟରେ ଗାଇବା ବେଳେ ଏଭଳି କିଛି ତାଙ୍କ ସହ ଘଟିଯିବ ବୋଲି କଳ୍ପନା କରି ନ ଥିବେ।

କେକେଙ୍କ ଆକସ୍ମିକ ମୃତ୍ୟୁ ପରେ କନସର୍ଟ ସମୟର ଏବଂ ପରର କିଛି ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି। କନସର୍ଟ ଆରମ୍ଭରୁ କେକେ ଜୋସ୍‌ରେ ନଜର ଆସୁଥିବା ବେଳେ ଧିରେ ଧିରେ ତାଙ୍କୁ ଅସହଜ ମନେ ହୋଇଥିଲା। ଭାଇରାଲ ହେଉଥିବା ଏକ ଭିଡିଓରେ ସେ ବାରମ୍ବାର ନିଜର ଝାଳ ପୋଛୁଥିବା ଦେଖାଯାଉଛି। ଏଥିସହ ସେ ଉପରକୁ ଦେଖିବା ସହ ପାଣି ମଧ୍ୟ ପିଉଛନ୍ତି। ଠିକ୍‌ ଅନୁଭବ କରିବା ଲାଗି ସେ ଷ୍ଟେଜ ଉପରେ ଏଣେତେଣେ ବୁଲୁଥିଲେ ମଧ୍ୟ। ଏସବୁ ସତ୍ତ୍ୱେ ସେ ବେଳକୁ ବେଳ ଅସୁସ୍ଥ ଅନୁଭବ କରିଥିଲେ। କନସର୍ଟ ପରେ ତଳେ ମଧ୍ୟ ପଡ଼ିଯାଇଥିଲେ। ଫଳରେ ତାଙ୍କୁ ପୁଣିଥରେ ହୋଟେଲକୁ ନିଆଯାଇଥିଲା। ସେଠାରୁ ତାଙ୍କୁ କୋଲକାତାର ସିଏମ୍‌ଆର୍‌ଆଇ ହସ୍ପିଟାଲ ନିଆଯାଇଥିଲା। ହେଲେ ସେତେବେଳକୁ ସେ ଆଉ ଜୀବିତ ନ ଥିଲେ।

କେକେଙ୍କ ମୃତ୍ୟୁ ପରେ ପ୍ରଶଂସକମାନେ ଶେଷ ସମୟର ଭିଡିଓକୁ ଶେୟାର କରି ନଜରୁଲ ମଞ୍ଚ ବିପକ୍ଷରେ ମାମଲା ଦାୟର କରିବାକୁ ଦାବି କରୁଛନ୍ତି। ସେ ଅସୁସ୍ଥତା ଅନୁଭବ କରିବା ସତ୍ତ୍ୱେ ତାଙ୍କୁ ଗାଇବାକୁ ପଡ଼ିଥିବା ସେମାନେ କହୁଛନ୍ତି।

Watch: KK was not feeling comfortable during the concert is clearly visible from this video. Fans are complaining against the Nazrul Manch Authority along with the authority of both the college.#KK #KKLive #KKRIP #KKKolkata pic.twitter.com/j5zq3ruI19

— Tirthankar Das (@tirthaMirrorNow) May 31, 2022

Share