୧୦୦ କୋଟି କ୍ଲବ୍‌ରେ ସଲମାନଙ୍କ ଫିଲ୍ମ ‘କିସି କା ଭାଇ କିସି କି ଜାନ’

ମୁମ୍ବାଇ: ଇଦ ଅବସରରେ ମୁକ୍ତିଲାଭ କରିଥିବା ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘କିସି କା ଭାଇ କିସି କି ଜାନ’ କେବଳ ଦେଶରେ ନୁହେଁ ବିଶ୍ୱବ୍ୟାପୀ ମଧ୍ୟ ରେକର୍ଡ ସୃଷ୍ଟି କରୁଛି। ବର୍ତ୍ତମାନ ଆଉ ଏକ ରେକର୍ଡ ସୃଷ୍ଟି କରି ସୁପରହିଟ୍‌ ଫିଲ୍ମ ବୋଲି ପ୍ରମାଣିତ ହୋଇଛି। ପ୍ରଥମ ଦିନରେ ସଲମାନଙ୍କ ଫିଲ୍ମ ୧୫.୮୧ କୋଟି ରୋଜଗାର କରିଥିଲା, ଯାହା ଆଶା ଠାରୁ କମ ଥିଲା। ତେବେ ଦ୍ୱିତୀୟ ଦିନରେ ଏହି ଫିଲ୍ମ ୨୫.୭୫ କୋଟି, ତୃତୀୟ ଦିନରେ ୨୬.୬୧ ସଂଗ୍ରହ ସହିତ ମୋଟ ରୋଜଗାର ୬୮.୧୭ କୋଟି ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଘରୋଇ ବଜାର ବ୍ୟତୀତ ସଲମାନଙ୍କ ଫିଲ୍ମ ବିଦେଶ ବଜାରରେ ମଧ୍ୟ ଭଲ ପ୍ରଦର୍ଶନ କରୁଛି। ରିପୋର୍ଟ ଅନୁଯାୟୀ, ବିଦେଶରେ ଏହି ଚଳଚ୍ଚିତ୍ରଟି ମୋଟ ୪.୫ ନିୟୁତ ଡଲାର ଅର୍ଥାତ୍‌ ୩୭ କୋଟି ସଂଗ୍ରହ କରିଛି। ତେବେ ଭାରତୀୟ ଏବଂ ବିଦେଶୀ ବକ୍ସ ଅଫିସରେ ସଂଗ୍ରହକୁ ଯୋଡିବା ତାହେଲେ ବିଶ୍ୱବ୍ୟାପୀ ୧୦୦ କୋଟି ଟଙ୍କା ଅତିକ୍ରମ କରିଛି।

Share