Categories: ଖେଳ

ଇଡେନ ଗାର୍ଡେନରେ କେକେଆର-ସିଏସକେ ମୁହାଁମୁହିଁ…

କୋଲକାତା,୨୩।୪ : ଆଇପିଏଲ-୨୦୨୩ର ୩୩ ତମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ (କେକେଆର) ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ)କୁ ଭେଟିବ। ରବିବାର ସନ୍ଧ୍ୟା ସାଢ଼େ ୭ଟାରେ କୋଲକାତାର ଇଡେନ ଗାର୍ଡେନରେ ଉଭୟ ଦଳ ମୁହାଁମୁହିଁ ହେବେ। ପଏଣ୍ଟ ଟେବୁଲର ତୃତୀୟରେ ଥିବା ସିଏସକେ ଦଳ ପଞ୍ଚମ ବିଜୟ ଉପରେ ନଜର ରଖିବ। ଦଳ ୬ ଟି ମ୍ୟାଚ ମଧ୍ୟରୁ ଚାରିଟି ଜିତିଛି। ଦୁଇଟି ମ୍ୟାଚରେ ଦଳ ପରାଜୟର ସମ୍ମୁଖୀନ ହୋଇଛି। ଅନ୍ୟପକ୍ଷରେ କେକେଆର ୬ଟି ମ୍ୟାଚ ମଧ୍ୟରୁ ୨ଟି ଜିତି ୪ଟିରେ ହାରିଛି। ଦଳ ପଏଣ୍ଟ ଟେବୁଲର ୮ରେ ରହିଛି।

କୋଲକାତା ନାଇଟ ରାଇଡର୍ସ ଦଳରେ ଲିଟନ ଦାସ (ଓ୍ବିକେଟ କିପର), ନୀତୀଶ ରାଣା (ଅଧିନାୟକ), ଜେସନ ରୟ, ଭେଙ୍କଟେଶ ଆୟର, ମନଦୀପ ସିଂ, ଆଣ୍ଡ୍ରେ ରସେଲ, ରିଙ୍କୁ ସିଂ, ସୁନୀଲ ନାରିନ, କୁଲୱାଣ୍ଟ ଖେଜ୍ରୋଲିଆ, ଉମେଶ ଯାଦବ, ବରୁଣ ଚକ୍ରଭାରଥୀ, ଅନୁକୁଲ ରୟ, ଟିମ ସାଉଥୀ, ଡେଭିଡ ୱିଜେ , ଶାର୍ଦ୍ଦୁଲ ଠାକୁର, ଲକି ଫର୍ଗୁସନ, ଏନ ଜଗଦିଶନ, ରହମାନୁଲ୍ଲା ଗୁରୁବାଜ, ବୈଭବ ଆରୋରା, ହର୍ଷିତ ରାଣା, ସୁଆଶ ଶର୍ମା, ଆର୍ଯ୍ୟ ଦେଶାଇ ରହିଛନ୍ତି।
ସେହିପରି ଚେନ୍ନାଇ ସୁପର କିଙ୍ଗ୍ସ ଦଳରେ ମହେନ୍ଦ୍ର ସିଂ ଧୋନି (ଅଧିନାୟକ, ଓ୍ବିକେଟ କିପର), ରୁତୁରାଜ ଗାଇକ୍ୱାଡ, ଡିଭନ କନୱେ, ଅଜିଙ୍କ୍ୟ ରାହଣେ, ରବିନ୍ଦ୍ର ଜାଡେଜା, ମହେଶ ଥାକଶାନା, ତୁଶର ଦେଶପାଣ୍ଡେ, ଆକାଶ ସିଂ, ମାଥେଶା ପାଥିରାନା, ଅମ୍ବାତି ରାୟୁଡୁ, ଡୱାଇନ ପ୍ରିଟୋରିୟସ, ସୁବ୍ରନ୍ଧୁ ସେନାପତି, ଶେଖ ରାଶିଦ, ଆର.ଏସ ହଙ୍ଗରଗେକର, ମିଚେଲ ସାଣ୍ଟନର୍‌, ଅଜୟ ଯାଦବ ମଣ୍ଡଳ, ସିମରଜିତ ସିଂ, ପ୍ରଶାନ୍ତ ସୋଲାଙ୍କି, ଭାଗତ ବର୍ମା, ନିଶାନ୍ତ ସିନ୍ଧୁ ପ୍ରମୁଖ ଅଛନ୍ତି।

Share