Categories: ଖେଳ

ବର୍ଷା ଯୋଗୁ ଡିଏଲଏସ ନିୟମରେ କେକେଆର ୭ ରନ୍‌ରେ ହାରିଲା…

ମୋହାଲି,୧।୪ : ଡବଲ ହେଡର୍‌ର ପ୍ରଥମ ମ୍ୟାଚ ପଞ୍ଜାବ କିଙ୍ଗସ(ପିବିକେଏସ) ଏବଂ କୋଲକାତା ନାଇଟ ରାଇଡର୍ସ(କେକେଆର) ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚ ପଞ୍ଜାବର ଘରୋଇ ଗ୍ରାଉଣ୍ଡ ମୋହାଲିରେ ଖେଳାଯାଥିବା ମ୍ୟାଚରେ ବର୍ଷା ଯୋଗୁ ଡିଏଲଏସ ନିୟମରେ କେକେଆର୍‌ ୭ ରନରେ ହାରିଛି। କେକେଆରର ୧୬ ଓଭର ଖେଳ ପରେ ବର୍ଷା ହୋଇଥିଲା।

ଡିଏଲଏସ ନିୟମ ଅନୁସାରେ ୧୬ ଓଭରବେଳକୁ ପଞ୍ଜାବ କିଙ୍ଗସ ୧୫୩ କରିଥିଲା। ମାତ୍ର କେକେଆର ୧୬ ଓଭରରେ ୭ ଓ୍ବିକେଟ ହରାଇ ୧୪୬ ରନ୍‌ କରିଥିଲା।

ପଞ୍ଜାବର ଅଧିନାୟକ ଶିଖର ଧାୱନଙ୍କ ନେତୃତ୍‌ରେ ଦଳ ପ୍ରଥମେ ବ୍ୟାଟିଂ କରିଥିଲା। କେକେଆର୍‌ର ଅଧିନାୟକ ନୀତୀଶ ରାଣାଙ୍କ ନେତୃତ୍ୱରେ ଦଳ ବୋଲିଂ କରିଥିଲା। ପଞ୍ଜାବ କିଙ୍ଗସ ପ୍ରଥମେ ବ୍ୟାଟିଂ କରି ଧାର୍ଯ୍ୟ ୨୦ ଓଭରରେ ୫ ଓ୍ବିକେଟ ହରାଇ ୧୯୧ ରନ୍‌ କରିଥିଲା। ଫଳରେ କେକେଆର ପାଇଁ ବିଜୟ ଲକ୍ଷ୍ୟ ୧୯୨ ରନ୍‌ ରହିଥିଲା। ପଞ୍ଜାବ କିଙ୍ଗସ ପକ୍ଷରୁ ପ୍ରଭସିମରନ୍‌ ସିଂ ୨୩ ରନ୍‌ କରିଥିବାବେଳେ ଶେଖର ଧାଓ୍ବନ ୪୦, ଭାନୁକା ରାଜପାକ୍ଷେ ୫୦, ଜିତେଶ ଶର୍ମା ୨୧, ସିକନ୍ଦର ରାଜା ୧୬, ସାମ କୁରାନ ଏବଂ ଶାହାରୁଖ ଖାନ ରନ୍‌ କରିଥିଲେ। ସେହିପରି କେକେଆର ପକ୍ଷରୁ ରହମାନୁଲ୍ଲା ଗୁରବାଜ ୨୨ ରନ୍‌ କରିଥିବାବେଳେ ଭେଙ୍କଟେଶ ଆୟାର ୩୪ ରନ୍‌, ନୀତୀଶ ରାଣା ୨୪, ଆଣ୍ଡ୍ରେ ରସେଲ ୩୫ ରନ୍‌ କରିଥିଲେ।

Share