Categories: ଖେଳ

ଦିଗହରା ହୋଇଗଲା ଆରସିବି

ଶାରଜା,୧୧।୧୦: ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗୋଲୋର (ଆର୍‌ସିବି)କୁ ଭଲ ଆରମ୍ଭ ଦେଇଥିଲେ ଦେବଦତ୍ତ ପାଡିକଲ (୨୧) ଓ ଅଧିନାୟକ ବିରାଟ କୋହଲି (୩୯)। ଦୁହେଁ ୫ ଓଭରରେ ୪୯ ରନ୍‌ କରିଥିଲେ। ଲାଗୁଥିବା ଆରସିବି ବଡ଼ ସ୍କୋର ଛିଡ଼ା କରିବ। କିନ୍ତୁ ସବୁ କିଛି ବଦଳି ଦେଇଥିଲେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)ର ସ୍ପିନର ସୁନିଲ ନାରିନ। ନା ଗ୍ଲେନ ମ୍ୟାକ୍ସଓ୍ବେଲ (୧୫), ନା ଏବି ଡି’ଭିଲର୍ସ (୧୧) ଦଳକୁ ବଞ୍ଚାଇ ପାରି ନ ଥିଲେ। ସେ ୪ ଉଇକେଟ ନେଇ ଆରସିବିର ଶକ୍ତିଶାଳୀ ବ୍ୟାଟିଂ ଲାଇନ୍‌ଅପ୍‌କୁ ବିଗାଡ଼ି ରଖି ଦେଇଥିଲେ।ଫଳରେ ଆର୍‌ସିବି ଧାର୍ଯ୍ୟ ୨୦ ଓଭରରେ ୭ ଉଇକେଟ ହରାଇ ୧୩୮ ରନ୍‌ କରିବାକୁ ସକ୍ଷମ ହୋଇଛି।

Share