Categories: ଖେଳ

ଏସ୍‌ଆର୍‌ଏଚ୍‌ ପାଇଁ ୧୭୨ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା କେକେଆର୍‌

ହାଇଦ୍ରାବାଦ,୪ା୫: ରାଜୀବ ଗାନ୍ଧୀ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଗୁରୁବାର ଖେଳାଯାଉଥିବା ଆଇପିଏଲ ୨୦୨୩ର ୪୭ତମ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ ସନ୍‌ରାଇଜର୍ସ ହାଇଦ୍ରାବାଦ ଆଗରେ୧୭୨ ରନ୍‌ର ବିଜୟ ଲକ୍ଷ୍ୟ ରଖିଛି।

ଏହି ମ୍ୟାଚରେ କୋଲକାତା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। କୋଲକାତା ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୯ ଓ୍ବିକେଟ ହରାଇ ୧୭୧ ରନ୍‌ କରିଥିଲା। ଫଳରେ ସନ୍‌ରାଇଜର୍ସ ହାଇଦ୍ରାବାଦ (ଏସ୍‌ଆର୍‌ଏଚ୍‌)କୁ ବିଜୟ ପାଇଁ ୧୭୨ ରନ୍‌ କରିବାକୁ ପଡ଼ିବ।

ସନରାଇଜର୍ସ ହାଇଦ୍ରାବାଦର ଖେଳାଳିଙ୍କ ମଧ୍ୟରେ ମୟଙ୍କ ଅଗ୍ରୱାଲ, ଅଭିଷେକ ଶର୍ମା, ଏଡେନ ମାର୍କରମ (କ୍ୟାପଟେନ), ଏନ୍‌ରିଚ୍‌ କ୍ଲାସେନ (ଓ୍ବିକେଟକିପର), ହ୍ୟାରି ବ୍ରୁକ, ଅବଦୁଲ ସମାଦ, ମାର୍କୋ ଜନସେନ, ମୟଙ୍କ ମାର୍କାଣ୍ଡେ, ଭୁବନେଶ୍ୱର କୁମାର, କାର୍ତ୍ତିକ ତ୍ୟାଗୀ, ଟି .ନଟରାଜନ ଥିବା ବେଳେ କୋଲକାତା ନାଇଟ୍‌ ରାଇଡର୍ସର ଖେଳାଳିଙ୍କ ମଧ୍ୟରେ ରହମାନୁଲ୍ଲା ଗୁରୁବାଜ (ଓ୍ବିକେଟ୍‌କିପର), ଜସନ ରୟ, ଭେଙ୍କଟେଶ ଆୟର, ନୀତିଶ ରାଣା (କ୍ୟାପଟେନ), ଆଣ୍ଡ୍ରେ ରସେଲ, ରିଙ୍କୁ ସିଂ, ସୁନୀଲ ନାରିନ, ଶାର୍ଦ୍ଦୁଳ ଠାକୁର, ବୈଭ ଆରୋରା, ହର୍ଷିତ ରାଣା, ବରୁଣ ଚକ୍ରବର୍ତ୍ତୀ ଖେଳୁଛନ୍ତି।

 

Share