ଆବୁଧାବି,୨୩।୯: ଏଠାରେ ଗୁରୁବାର ଖେଳାଯାଇଥିବା ଆଇପିଏଲ ମ୍ୟାଚ୍ରେ ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ଇଣ୍ଡିଆନ୍ସ ପ୍ରତିପକ୍ଷ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଆଗରେ ଛିଡ଼ା କରିଛି ୧୫୬ ରନ୍ର ବିଜୟ ଲକ୍ଷ୍ୟ।
ମୁମ୍ବାଇକୁ ଭଲ ଆରମ୍ଭ ଦେଇଥିଲା ଅଧିନାୟକ ରୋହିତ ଶର୍ମା (୩୩) ଓ କୁଇଣ୍ଟନ ଡି’କକ୍ (୫୫)ଙ୍କ ଓପନିଂ ଯୋଡ଼ି। ଦୁହେଁ ୯ ଓଭରରେ ୭୮ ରନ୍ କରିଥିଲେ। ଲାଗୁଥିଲା ଦଳ ଭଲ ସ୍କୋର ଛିଡ଼ା କରିବ। କିନ୍ତୁ କେକେଆର୍ ବୋଲରଙ୍କ ମାପ ଚୁପ ବୋଲିଂ ସାଙ୍ଗକୁ ଜବରଦସ୍ତ ଫିଲ୍ଡିଂ କାରଣରୁ ଡିଫେଣ୍ଡିଂ ଚାମ୍ପିୟନ କ୍ରମାଗତ ବ୍ୟବଧାନରେ ଉଇକେଟ ହରାଇଥିଲା। ଫଳରେ ଧାର୍ଯ୍ୟ ୨୦ ଓଭରରେ ୬ ଉଇକେଟ ହରାଇ ୧୫୫ ରନ୍ କରିବାକୁ ସକ୍ଷମ ହୋଇଥିଲା ମୁମ୍ବାଇ। କୋଲକାତା ପାଇଁ ପ୍ରସିଦ୍ଧ କ୍ରିଷ୍ଣା ଓ ଲୋକି ଫର୍ଗୁସନ ୨ ଲେଖାଏ ଉଇକେଟ ହାତେଇଥିଲେ।