ମ୍ୟାଚ୍‌ ପୂର୍ବରୁ ପାପୁଲିରେ ଏମିତି କଥା ଲେଖିଥିଲେ ବ୍ୟାଟ୍ସମ୍ୟାନ୍‌: ପରେ ହେଲା ସତ

ମୁମ୍ବାଇ,୩।୫: ଆଇପିଏଲ ୨୦୨୨ର ୪୭ତମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ରାଜସ୍ଥାନ ରୟାଲ୍ସକୁ ୭ ଉଇକେଟରେ ପରାସ୍ତ କରିଛି। କ୍ରମାଗତ ୫ ମ୍ୟାଚ୍‌ ହାରିବା ପରେ କେକେଆର୍‌ ବିଜୟର ସ୍ବାଦ ଚାଖିଛି। କୋଲକାତାର ବିଜୟର ହିରୋ ଥିଲେ ରିଙ୍କୁ ସିଂ। ରାଜସ୍ଥାନ ବିପକ୍ଷରେ ସେ ୨୩ ବଲରୁ ଅପରାଜିତ ୪୨ ରନ କରିଥିଲେ। ଏହି ଇନିଂସରେ ରିଙ୍କୁ ୬ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ଏହାପୂର୍ବରୁ ରିଙ୍କୁ ଦୁଇଟି ଜବରଦସ୍ତ କ୍ୟାଚ ମଧ୍ୟ ନେଇଥିଲେ। ମ୍ୟାଚରେ ଚତୁର୍ଥ ଉଇକେଟ ପାଇଁ ରିଙ୍କୁ ନୀତୀଶ ରାଣାଙ୍କ ସହ ୩୮ଟି ବଲରୁ ଅପରାଜିତ ୬୬ ରନ ଯୋଡିଥିଲେ। ଏହି ଅଲରାଉଣ୍ଡର ପ୍ରଦର୍ଶନ ପାଇଁ ରିଙ୍କୁ ସିଂଙ୍କୁ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ପୁରସ୍କାର ଦିଆଯାଇଥିଲା।
ମ୍ୟାଚ ପରେ ରିଙ୍କୁ ସିଂ କହିଛନ୍ତି, ମୁଁ ଆଲିଗଡରୁ ଆଇପିଏଲ ଖେଳିଥିବା ପ୍ରଥମ ଖେଳାଳି, ଅନେକ ରଣଜୀ ଟ୍ରଫି ଖେଳିଛି। ପ୍ରଥମ ଶ୍ରେଣୀ କ୍ରିକେଟ ଅପେକ୍ଷା ଆଇପିଏଲରେ ଅଧିକ ଚାପ ରହିଛି। ଗତ ୫ ବର୍ଷ ଧରି, ମୁଁ ନିରନ୍ତର ସୁଯୋଗ ପାଇନାହିଁ। ଏଭଳି ପରିସ୍ଥିତିରେ ଦଳର ବିଜୟରେ ସହଯୋଗ କରିବା ଭଲ ଲାଗେ। ମ୍ୟାଚ୍‌ ସମୟରେ ଖେଳ ଶେଷ କରି ଆସିବାକୁ ବାଜ (ମ୍ୟାକକୁଲମ) ମୋତେ କହିଥିଲେ ଏବଂ ମୁଁ ନୀତୀଶ ରାଣାଙ୍କ ସହ ବ୍ୟାଟିଂ କରୁଥିବାବେଳେ ସେ ମଧ୍ୟ ସମାନ କଥା କହିଥିଲେ।
ମ୍ୟାଚ ପରେ କେକେଆର୍‌ ଟୁଇଟର୍‌ ଆକାଉଣ୍ଟରୁ ରିଙ୍କୁ ସିଂଙ୍କ ଏକ ମଜାଦାର ଭିଡିଓ ଶେୟାର କରାଯାଇଛି। ଏଥିରେ ସେ ନୀତୀଶ ରାଣାଙ୍କୁ କହିଥିଲେ ଯେ, ମୁଁ ସକାଳୁ ଭାବୁଥିଲି ଆଜିର ମ୍ୟାଚରେ ରନ ସ୍କୋର କରିବି ଏବଂ ମ୍ୟାନ ଅଫ ଦି ମ୍ୟାଚ ମଧ୍ୟ ହେବି। ସେଥିପାଇଁ ମୁଁ ନିଜେ ମ୍ୟାଚ ପୂର୍ବରୁ ମୋ ପାପୁଲିରେ ଲେଖିଥିଲି ଆଜି ମୁଁ ୫୦ ରନ ସ୍କୋର କରିବି। ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘୋଷଣା ହେଲା ଚାମ୍ପିୟନ୍ସ ଟ୍ରଫି ୨୦୨୫ କାର୍ଯ୍ୟସୂଚୀ: ଜାଣନ୍ତୁ କେଉଁଦିନ ଭାରତ-ପାକିସ୍ତାନ ମୁକାବିଲା

ନୂଆଦିଲ୍ଲୀ,୨୪ା୧୨: ଆସନ୍ତା ବର୍ଷ ପାକିସ୍ତାନ ଦ୍ୱାରା ଆୟୋଜିତ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ୨୦୨୫ ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ପ୍ରକାଶ...

ଅଶ୍ୱିନୀଙ୍କ ସ୍ଥାନ ନେବେ ଏହି ଖେଳାଳି : ଜାଣନ୍ତୁ ସେ କିଏ…

ମେଲବୋର୍ନ,୨୪ା୧୨: ମୁମ୍ବାଇ ଅଫ୍‌-ସ୍ପିନର ତନୁଷ କୋଟିଆନ ଅଷ୍ଟ୍ରେଲିଆ ଗସ୍ତରେ ଯାଇ ସେଠାରେ ଭାରତୀୟ କ୍ରିକେଟ ଦଳରେ ଯୋଗଦେବେ। ନିକଟରେ ଅବସର ନେଇଥିବା ରବିଚନ୍ଦ୍ରନ ଅଶ୍ୱିନୀଙ୍କ ସ୍ଥାନରେ...

ମୁଁ ବଞ୍ଚିଛି.. ଏମିତି କାହିଁକି କହିଲେ ବିନୋଦ କାମ୍ୱଲି

ନୂଆଦିଲ୍ଲୀ,୨୪/୧୨: ପୂର୍ବତନ ଭାରତୀୟ କ୍ରିକେଟର ବିନୋଦ କାମ୍ବଲିଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଯାଇଛି। ଏହାପରେ ତାଙ୍କୁ ମହାରାଷ୍ଟ୍ରର ଥାନେସ୍ଥିତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ଡାକ୍ତରୀ ଦଳ ତାଙ୍କର...

ହାତକୁ ଦି’ ହାତ ହେଲେ ପିଭି ସିନ୍ଧୁ

ଭାରତର ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ରାଜସ୍ଥାନର ଉଦୟପୁରରେ ଧୂମଧାମରେ ସେ ବ୍ୟବସାୟୀ ଭେଙ୍କଟ ଦତ୍ତା ସାଇଙ୍କ ହାତ ଧରିଛନ୍ତି।...

ବଡ଼ ରେକର୍ଡ କଲେ ପାଣ୍ଡ୍ୟା: ବିସ୍ଫୋରକ ଇନିଂସ ଖେଳି…

ନୂଆଦିଲ୍ଲୀ,୨୩।୧୨: ବିଜୟ ହଜାରେ ଟ୍ରଫି ୨୦୨୪ରେ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ପ୍ରଥମେ ବ୍ୟାଟିଂ କରି ବରୋଦା ୪୦୦ ରନ ମାର୍କ ଅତିକ୍ରମ କରିଛନ୍ତି। ଏହି ସମୟରେ...

ଭାରତକୁ ମିଳିଗଲା ଲେଡି ଜାହିର ଖାନ୍‌! କୁନି ଝିଅଙ୍କ ଦିଓ୍ବାନା ହେଲେ ସଚିନ ତେନ୍ଦୁଲକର

ନୂଆଦିଲ୍ଲୀ,୨୩।୧୨: ମହାନ କ୍ରିକେଟର ସଚିନ ତେନ୍ଦୁଲକର ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ ଏକ ଛୋଟ ଝିଅ ବୋଲିଂ କରୁଥିବା ଦେଖାଯାଉଛି,...

ମ୍ୟାଚ୍‌ ଚାଲିଥିବାବେଳେ ପଡିଆରେ ମହିଳା ଜନ୍ମଦେଲେ ପୁଅ….ସ୍ମୃତିରେ ରହିଗଲା ପାକିସ୍ତାନ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌

ଜୋହାନ୍ସବର୍ଗ,୨୩।୧୨: ଜୋହାନ୍ସବର୍ଗର ୱାଣ୍ଡର୍ସ ଷ୍ଟାଡିୟମରେ ପାକିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚ କ୍ରିକେଟ ବାହାରେ ଏକ ନିଆରା ଅନୁଭୂତି ଥିଲା।...

କୋହଲିଙ୍କ ନିକଟରେ ସୁବର୍ଣ୍ଣ ସୁଯୋଗ: ମାତ୍ର ୧୩୪ ରନ୍‌ କଲେ ଭାଙ୍ଗିବେ ମହାରେକର୍ଡ

ନୂଆଦିଲ୍ଲୀ,୨୩।୧୨: ବିରାଟ କୋହଲି ବର୍ତ୍ତମାନର ଅଷ୍ଟ୍ରେଲିଆ ଗସ୍ତ ଏକ ଶତକରୁ ଆରମ୍ଭ କରିଥିଲେ। କିନ୍ତୁ ପରବର୍ତ୍ତୀ ଦୁଇଟି ଟେଷ୍ଟ ମ୍ୟାଚରେ ତାଙ୍କ ବ୍ୟାଟ ଚୁପ ରହିଥିଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri