Categories: ଖେଳ

ଦଳ ବିଜୟ ପରେ ଲାଗିଲା ଝଟ୍‌କା: ୨୪ ଲକ୍ଷ ଟଙ୍କାର ଜୋରିମନା ଦେବେ ଏହି ଦଳର ଅଧିନାୟକ

ଦୁବାଇ,୨୪।:କୋଲକାତା ନାଇଟ ରାଇଡର୍ସ ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟର ଏକ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ୭ ଉଇକଟରେ ପରାସ୍ତ କରିଛି। ଏହି ବିଜୟ ସହିତ କୋଲକାତା ପଏଣ୍ଟ ଟେବୁଲରେ ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇଥିବାବେଳେ ମୁମ୍ବାଇ ଇଣ୍ଡିଆନ୍ସ ଚତୁର୍ଥରୁ ଷଷ୍ଠ ସ୍ଥାନକୁ ଖସି ଆସିଛି। ତେବେ ବିଜୟ ପରେ ମଧ୍ୟ କୋଲକାତା ଏକ ବଡ଼ କ୍ଷତି ସହିଛି। ମୁମ୍ବାଇ ବିପକ୍ଷ ମ୍ୟାଚରେ ମନ୍ଥର ଓଭର ହାର ପାଇଁ ଦଳର ଅଧିନାୟକ ଇଓନ ମୋର୍ଗାନଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା କରାଯାଇଛି। କୋଲକାତା ଦଳ ଚଳିତ ସିଜନରେ ଦ୍ୱିତୀୟ ଥର ପାଇଁ ଆଇପିଏଲର ସର୍ବନିମ୍ନ ଓଭର ହାର ସହ ଜଡିତ ଆଚରଣ ବିଧି ଉଲ୍ଲଂଘନ କରିଛି। ସେଥିପାଇଁ ଅଧିନାୟକ ମୋର୍ଗାନଙ୍କ ଉପରେ ଏତେ ବଡ ଜୋରିମନା ଲାଗୁ କରାଯାଇଛି। ଆଇପିଏଲ ପକ୍ଷରୁ ଏକ ବିବୃତ୍ତି ଜାରି କରି ଏହା ସୂଚନା ଦିଆଯାଇଛି। କେକେଆର ଖେଳୁଥିବା ଏକାଦଶରେ ଅବଶିଷ୍ଟ ଖେଳାଳିଙ୍କୁ ୬ ଲକ୍ଷ ଟଙ୍କା ଜୋରିମନା ଲାଗିଥିବାବେଳେ ମୋର୍ଗାନଙ୍କ ବ୍ୟକ୍ତିଗତ ମ୍ୟାଚ ଫିସର ୨୫ ପ୍ରତିଶତ ଜୋରିମନା କରାଯାଇଛି।

Share