Categories: ଖେଳ

ପାଓ୍ବାର ପ୍ଲେରେ ଚମତ୍କାର କଲେ ଆଇପିଏଲ୍‌ର ସବୁଠୁ ଦାମୀ ଖେଳାଳି

ଅହମ୍ମଦାବାଦ,୨୨।୫: ଆଇପିଏଲ ୨୦୨୪ର ପ୍ଲେ ଅଫର ପ୍ରଥମ କ୍ୱାଲିଫାୟର୍‌ରେ କୋଲକାତା ନାଇଟ ରାଇଡର୍ସ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରି ଫାଇନାଲ୍‌ ଟିକେଟ୍‌ କାଟିଛି। ଏହି ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିଲା। ସନରାଇଜର୍ସ ହାଇଦ୍ରାବାଦ ହୁଏତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା, କିନ୍ତୁ ମିଚେଲ ଷ୍ଟାର୍କ ମ୍ୟାଚର ଦ୍ୱିତୀୟ ବଲରେ ଏଭଳି ମାରାତ୍ମକ ବଲ ବୋଲିଂ କରିଥିଲେ ଯେ ଟ୍ରାଭିସ ହେଡ ସମ୍ପୂର୍ଣ୍ଣ ଭାବେ ଫସି ଯାଇଯାଇଥିଲେ। ଟ୍ରାଭିସ ହେଡ ଶୂନ ସ୍କୋରରେ ଆଉଟ ହୋଇଥିଲେ। ଏହା କ୍ରମାଗତ ଦ୍ୱିତୀୟ ମ୍ୟାଚ ଯେତେବେଳେ ହେଡ କ୍ଲିନ ବୋଲ୍ଡ ହୋଇ ପାଭିଲିୟନକୁ ଫେରିଛନ୍ତି।
ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ ପୂର୍ବରୁ ମିଚେଲ ଷ୍ଟାର୍କ ଆଇପିଏଲ ୨୦୨୪ରେ ୧୨ ଟି ମ୍ୟାଚ ଖେଳିବା ପରେ ମାତ୍ର ୧୨ ଉଇକେଟ ନେଇପାରିଥିଲେ। କିନ୍ତୁ ହାଇଦ୍ରାବାଦ ବିପକ୍ଷ ପ୍ରଥମ କ୍ୱାଲିଫାୟର୍‌ ମ୍ୟାଚରେ ମିଚେଲ ଷ୍ଟାର୍କ କ୍ରମାଗତ ତିନି ଓଭର ସ୍ପେଲ୍‌ କରିଥିଲେ। ସେ ପ୍ରଥମ ଓଭରରେ ଟ୍ରାଭିସ ହେଡ ବୋଲ୍ଡ କରିଥିଲେ। ସେ ଦ୍ୱିତୀୟ ଓଭରରେ କୌଣସି ଉଇକେଟ ନେଇପାରି ନ ଥିଲେ, କିନ୍ତୁ ତୃତୀୟ ଓଭରରେ ସେ ପ୍ରଥମେ ନୀତୀଶ ରେଡ୍ଡୀଙ୍କୁ ଏବଂ ପରେ ଶାହବାଜ ଅହମ୍ମଦଙ୍କୁ ପାଭିଲିୟନକୁ ପଠାଇଥିଲେ।

Share