ଆବୁଧାବି, ୭।୧୦: ଚଳିତ ଆଇପିଏଲ୍ର ୨୧ତମ ମୁକାବିଲାରେ ବୁଧବାର ଚେନ୍ନାଇ ସୁପର୍ କିଙ୍ଗ୍ସ (ସିଏସ୍କେ) ପ୍ରତିପକ୍ଷ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍)କୁ ଭେଟିଛି। ଏହି ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା କେକେଆର୍ ନିର୍ଦ୍ଧାରିତ ୨୦ ଓଭରରେ ୧୬୭ ରନ୍ କରି ଅଲ୍ଆଉଟ୍ ହୋଇଯାଇଛି। ଫଳରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ସିଏସ୍କେ ସାମ୍ନାରେ ବିଜୟ ଲାଗି ୧୬୮ ରନ୍ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। କୋଲକାତା ପକ୍ଷରୁ ଓପନର୍ ରାହୁଲ ତ୍ରିପାଠୀ (୮୧ ରନ, ୫୧ ବଲ୍) ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶୁବମନ ଗିଲ୍ (୧୧), ନୀତୀଶ ରାଣା (୯), ଇଅନ ମୋର୍ଗାନ (୭), ଆନ୍ଦ୍ରେ ରସେଲ (୨) ଓ ଦୀନେଶ କାର୍ତ୍ତିକ (୧୨) ନିରାଶ କରିଥିଲେ। ସଫଳ ବୋଲର ଭାବେ ଡ୍ବେନ ବ୍ରାଭୋ ୩ ଏବଂ ସାମ୍ କୁରାନ, ଶାର୍ଦ୍ଦୁଳ ଠାକୁର ଓ କର୍ନ ଶର୍ମା ୨ଟି ଲେଖାଏ ଉଇକେଟ୍ ନେଇଛନ୍ତି।