Categories: ଖେଳ

୨୧ ରନରେ କେକେଆର ବିଜୟ…

ବେଙ୍ଗାଲୁରୁ,୨୬।୪: ଆଇପିଏଲର ୩୬ ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଏବଂ କୋଲକାତା ନାଇଟ ରାଇଡର୍ସ(କେକେଆର)ମଧ୍ୟରେ ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଛି। ମ୍ୟାଚରେ

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ହରାଇ କୋଲକାତା ନାଇଟ ରାଇଡର୍ସ ବିଜୟ ହୋଇଛି ।

କୋଲକାତା ନାଇଟ ରାଇଡର୍ସ ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ ହରାଇ ୨୦୦ ରନ୍‌ କରିଥିଲା। ଫଳରେ ବାଙ୍ଗାଲୋର ପାଇଁ ୨୦୧ ବିଜୟ ଲକ୍ଷ୍ୟ ରହିଥିଲା।

ତେବେ ଧାର୍ଯ୍ୟ ୨୦୧ ରନ ଲକ୍ଷ୍ୟର ପିଛା କରି ଆରସିବି ୨୦ ଓଭରରେ ୮ଉଇକେଟ୍ ୧୭୯ ରନ କରିଛି। ଫଳରେ କେକେଆରଠାରୁ ୨୧ ରନରେ ପରାସ୍ତ ହୋଇଛି।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରଥମେ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ କୋଲକାତା ନାଇଟ ରାଇଡର୍ସ ବ୍ୟାଟିଂ କରିଥିଲା।

Share