ମୁମ୍ବାଇ, ୨୬।୩ : ଆଇପିଏଲ୍ ସିଜିନ୍ର ୧୫ତମ ସଂସ୍କରଣରେ ଶନିବାର ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ କୋଲକାତା ନାଇଟ ରାଇଡର୍ସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି।
ମୁମ୍ବାଇର ଓ୍ବାଙ୍ଖେଡ୍ ଷ୍ଟାଡିୟମ୍ରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଚେନ୍ନାଇର ରବିନ୍ଦ୍ର ଜାଡେଜା ଅଧିନାୟକ ଭାବେ ପ୍ରଥମ ମ୍ୟାଚରେ ଟସ ହାରିଛନ୍ତି। କୋଲକାତା ଅଧିନାୟକ ଶ୍ରେୟାସ ଆୟର ତିନିଜଣ ବିଦେଶୀ ଖେଳାଳିଙ୍କ ସହ ପଡ଼ିଆ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛନ୍ତି। ଚାରିଜଣ ବିଦେଶୀ ଖେଳାଳି ଗୋଟିଏ ଦଳରୁ ଏକ ମ୍ୟାଚ ଖେଳିପାରିବେ ।
ଏଥି ସହିତ ଅଧିନାୟକ ରବିନ୍ଦ୍ର ଜାଡେଜା ଚାରିଜଣ ବିଦେଶୀ ଖେଳାଳିଙ୍କ ସହ ଓହ୍ଲାଇବାକୁ ନିଷ୍ପତ୍ତି ନେଉଛନ୍ତି। ଚେନ୍ନାଇର ଚାରିଜଣ ବିଦେଶୀ ଖେଳାଳି ଡିଭନ କନୱେ, ଡୱେନ ବ୍ରାଭୋ, ଆଡାମ ମିଲନେ ଏବଂ ମିଚେଲ ସାଣ୍ଟନର୍ ମ୍ୟାଚ୍ ଖେଳିବେ।