ମୁମ୍ବାଇ, ୭।୫: ଆଇପିଏଲ୍ ସିଜିନ୍ର ୧୫ତମ ସଂସ୍କରଣର ୫୩ ତମ ମ୍ୟାଚ୍ରେ ଶନିବାର କୋଲକାତା ନାଇଟ୍ ରାଇଡର୍ସ୍(କେକେଆର) ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍(ଏଲ୍ଏସ୍ଜି) ବିପକ୍ଷରେ ଶୋଚନୀୟ ପରାଜୟ ସ୍ୱୀକାର କରିଛି । ଧାର୍ଯ୍ୟ ୧୭୭ ରନ୍ ଲକ୍ଷ୍ୟର ପିଛା କରି କେକେଆର୍ ୧୪.୩ ଓଭରରେ ସମସ୍ତ ୱିକେଟ ହରାଇ ୧୦୧ ରନ୍ କରି ପାରିଥିଲା ।
କେକେଆର୍ ପକ୍ଷରୁ ଅରୁଣ ଫିଞ୍ଜ୍ ୧୪ ବଲରେ ୧୪ ରନ୍ କରିଥିଲେ । ସେହିପରି ଆଣ୍ଡ୍ର ରସେଲ୍ ୧୯ ବଲରେ ୪୫ ରନ୍, ସୁନୀଲ ନାରିନେ ୧୨ ବଲରେ ୨୨ ରନ୍ କରିଥିଲେ ।
ମହାରାଷ୍ଟ୍ର ପୁଣେର କ୍ରିକେଟ ଆସୋସିଏଶନ ଷ୍ଟାଡିୟମ୍ରେ ଖେଳାଯାଉଥିବା ଏହି ମ୍ୟାଚ୍ରେ କେକେଆର୍ ଅଧିନାୟକ ଶ୍ରେୟାସ ଆୟରର ଟସ ଜିଣିବା ପରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଏଲ୍ଏସ୍ଜି ଅଧିନାୟକ କେ.ଏଲ୍. ରାହୁଲଙ୍କ ନେତୃତ୍ୱରେ ଟିମ୍ ବ୍ୟାଟିଂ ଆରମ୍ଭ କରିଥିଲେ।
ନିର୍ଦ୍ଧାରିତ ୨୦ ଓଭରରେ ଏଲ୍ଏସ୍ଜି ୭ ଓ୍ବିକେଟ ହରାଇ ୧୭୬ ରନ୍ କରିଥିଲା। ଫଳରେ କେକେଆର୍ ପାଇଁ ବିଜୟ ଲକ୍ଷ୍ୟ ୧୭୭ ରନ୍ ରହିଥିଲା।
ଏଲ୍ଏସ୍ଜି ପକ୍ଷରୁ କ୍ୱିଣ୍ଟନ ଡି କକ ୨୯ ବଲ୍ରେ ୫୦ ରନ୍ କରିଥିବାବେଳେ ଦୀପକ ହୋଦା ୨୭ ବଲ୍ରେ ୪୧ ରନ୍ ଏବଂ କୁନାଲ ପାଣ୍ଡ୍ୟା ୨୭ ୨୫ ବଲ୍ରେ ରନ୍ କରିଥିଲେ। ମର୍କସ୍ ଷ୍ଟାଓନିଶ୍ ୧୪ ବଊ୍ରେ ୨୮ ରନ୍ କରିଛନ୍ତି। ଅପରପକ୍ଷରେ ଆୟୁଷ ବାଦୋନି ୧୮ବଲ୍ରେ ୧୫ ରନ୍ କରିଥିଲେ।