ରାହୁଲ-ଆଥିଆଙ୍କ ବିବାହକୁ ମୋବାଇଲ୍‌ ମନା

ଷ୍ଟାର ଇଣ୍ଡିଆନ କ୍ରିକେଟର କେ.ଏଲ ରାହୁଲ ଏବଂ ବଲିଉଡର ଅଭିନେତ୍ରୀ ଆଥିଆ ଶେଟ୍ଟି ଜାନୁଆରୀ ୨୩ରେ ବିବାହ ବନ୍ଧନରେ ଆବଦ୍ଧ ହେବେ। ଚାନ୍ଦଲାସ୍ଥିତ ସୁନୀଲ ଶେଟ୍ଟୀଙ୍କ ବଙ୍ଗଳା ଠାରେ ଉଭୟ ପରସ୍ପରର ହାତ ଧରିବେ। ରାହୁଲ ଏବଂ ଆଥିଆଙ୍କ ବିବାହକୁ ଆସୁଥିବା ଅତିଥିମାନଙ୍କୁ ମୋବାଇଲ ଫୋନ ଆଣିବାକୁ ଅନୁମତି ଦିଆଯିବ ନାହିଁ। ବିବାହ ଫଟୋ ଭାଇରାଲ ନ ହେବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏହି ବିବାହରେ କେବଳ ୧୦୦ ଅତିଥି ଯୋଗଦେବେ। ଅତିଥିଙ୍କ ମଧ୍ୟରେ କେବଳ ପରିବାର ସଦସ୍ୟ ଏବଂ ଘନିଷ୍ଠ ବନ୍ଧୁମାନେ ଉପସ୍ଥିତ ରହିବେ।
ରାହୁଲ ଏବଂ ଆଥିଆଙ୍କ ଜାନୁଆରୀ ୨୧ରେ ସଂଗୀତ ଏବଂ ୨୨ ମେହେନ୍ଦୀ କାର୍ଯ୍ୟକ୍ରମ ଶେଷ ହୋଇଛି। ଉଭୟ ଦକ୍ଷିଣ ଭାରତୀୟ ରୀତିନୀତି ଅନୁଯାୟୀ ବିବାହ କରିବେ। ବିବାହ ପାଇଁ ଚାନ୍ଦଲାସ୍ଥିତ ସୁନୀଲ ଶେଟ୍ଟୀଙ୍କ ବଙ୍ଗଳାର ସାଜସଜ୍ଜା ଆରମ୍ଭ ହୋଇଛି। ବିବାହରେ ଉପସ୍ଥିତ ଥିବା ସମସ୍ତ ଅତିଥି ରେଡିସନ ହୋଟେଲରେ ରହିବେ। ସୁନୀଲ ଶେଟ୍ଟୀ ଏହି ସବୁ ଜିନିଷର ବ୍ୟବସ୍ଥା କରିଛନ୍ତି। ବିବାହ ପରେ, ନବଦମ୍ପତି ଏପ୍ରିଲ ମାସରେ ରିସେପ୍ସନ କରିବେ, ଏଥିରେ ବହୁ ବଲିଉଡ ସେଲିବ୍ରିଟି ଏବଂ ସମସ୍ତ କ୍ରିକେଟର ଯୋଗଦେବେ।