ସୁବ୍ରମଣ୍ୟମ ସ୍ବାମୀ ମନ୍ଦିରରେ ପହଞ୍ଚିଲେ ରାହୁଲ-ଆଥିୟା

ବେଙ୍ଗାଲୁରୁ,୪।୯: ଟିମ ଇଣ୍ଡିଆର କ୍ରିକେଟର କେ.ଏଲ ରାହୁଲ ଏବଂ ସ୍ତ୍ରୀ ଆଥିୟା ଶେଟ୍ଟୀ ବେଙ୍ଗାଲୁରୁର ପ୍ରସିଦ୍ଧ ଘାଟି ସୁବ୍ରମଣ୍ୟମ ସ୍ବାମୀ ମନ୍ଦିରରେ ପହଞ୍ଚିଛନ୍ତି। ଦୁହିଁଙ୍କ ମନ୍ଦିର ପରିଦର୍ଶନ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପବିତ୍ର ଶ୍ରାବଣ ମାସ ଶେଷ ହେବାପରେ ଆଥିୟା ଏବଂ ରାହୁଲ ପ୍ରଭୁଙ୍କ ଆଶୀର୍ବାଦ ପାଇବା ପାଇଁ ମନ୍ଦିର ପରିଦର୍ଶନ କରୁଥିବା ଦେଖିବାକୁ ମିଳିଛି।
ଭାଇରାଲ ଫଟୋରେ ଆଥିୟା ଏକ ସାଲୱାର ଶଟ ପିନ୍ଧିଥିବାବେଳେ ରାହୁଲ ଏକ କାଜୁଆଲ ଧଳା ଟି-ଶର୍ଟ ପିନ୍ଧିଥିଲେ। ଉଭୟ ଠାକୁରଙ୍କୁ ଫୁଲ ଏବଂ ମିଠା ଅର୍ପଣ କରୁଥିବା ଦେଖିବାକୁ ମିଳିଥିଲା।
ଏସିଆ କପ ୨୦୨୩ ପାଇଁ ଭାରତୀୟ ଦଳରେ କେ.ଏଲ ରାହୁଲଙ୍କୁ ମଧ୍ୟ ଚୟନ କରାଯାଇଥିଲା, କିନ୍ତୁ ଭାରତୀୟ ଦଳର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର କହିଛନ୍ତି ଯେ, ସେ ପ୍ରଥମ ଦୁଇଟି ମ୍ୟାଚ ପାଇଁ ଫିଟ ନୁହଁନ୍ତି। ରାହୁଲଙ୍କ ଫିଟନେସ ପରୀକ୍ଷା ଆଜି ସେପ୍ଟେମ୍ବରରେ ପୁଣି କରାଯିବ। ଯଦି ସେ ଫିଟ ରୁହନ୍ତି, ତେବେ ତାଙ୍କୁ ଏସିଆ କପର ଆଗାମୀ ମ୍ୟାଚରେ ଦଳ ସହିତ ଦେଖିବାକୁ ମିଳିବ।