ନୂଆଦିଲ୍ଲୀ,୨୨।୧୨: କେ.ଏଲ ରାହୁଲଙ୍କ ଅଧିନାୟକତ୍ୱ ଟିମ ଇଣ୍ଡିଆ ଦକ୍ଷିଣ ଆଫ୍ରିକାର ମାଟିରେ ଇତିହାସ ସୃଷ୍ଟି କରିଛି। ବିରାଟ କୋହଲିଙ୍କ ପରେ କେ.ଏଲ ରାହୁଲ ଦ୍ୱିତୀୟ ଭାରତୀୟ ଅଧିନାୟକ ହୋଇ ଆଫ୍ରିକାରେ ଦିନିକିଆ ସିରିଜରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଏହାପୂର୍ବରୁ ଏହି କୀର୍ତ୍ତି ୨୦୧୮ରେ ବିରାଟ କୋହଲି କରିଥିଲେ। ବର୍ତ୍ତମାନ କେ.ଏଲ ରାହୁଲଙ୍କ ନେତୃତ୍ୱରେ ଭାରତୀୟ ଦଳ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜକୁ ୨-୧ରେ ଜିତିଛି।
୨୦୧୮ରେ ବିରାଟ କୋହଲିଙ୍କ ଅଧିନାୟକତ୍ୱ ଟିମ ଇଣ୍ଡିଆ ଆଫ୍ରିକୀୟ ମାଟିରେ ୬ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଆଫ୍ରିକାକୁ ୫-୧ରେ ପରାସ୍ତ କରିଥିଲେ। ୧୯୯୨ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତୀୟ ଦଳ ନିଜ ମାଟିରେ ଆଫ୍ରିକା ବିପକ୍ଷରେ ମୋଟ ୭ ଦ୍ୱିପାକ୍ଷିକ ଦିନିକିଆ ସିରିଜ ଖେଳିଛନ୍ତି, ଯେଉଁଥିରେ ସେମାନେ ମାତ୍ର ଦୁଇଥର ଜିତିଛନ୍ତ। ପ୍ରଥମ ବିଜୟ କୋହଲିଙ୍କ ଅଧିନାୟକତ୍ୱରେ ଆସିଥିଲା ଏବଂ ବର୍ତ୍ତମାନ ଦ୍ୱିତୀୟ ବିଜୟ ରାହୁଲଙ୍କ ଅଧିନାୟକତ୍ୱରେ ଆସିଛି।