ନୂଆଦିଲ୍ଲୀ,୧୯ା୧୧: ରବିବାର ଦିନ କେ.ଏଲ୍ ରାହୁଲ ଚତୁର୍ଥ ଭାରତୀୟ ବ୍ୟାଟର ଭାବରେ ୨୦୨୩ ମସିହାରେ ଅନ୍ତର୍ଜାତୀୟ କ୍ରିକେଟ୍ ରେ ୧୦୦୦ ରନ୍ ସ୍କୋର କରିଛନ୍ତି। ୨୦୨୩ ମସିହାରେ ୧୦୦୦ ରୁ ଅଧିକ ରନ୍ ସଂଗ୍ରହ କରିଥିବା ଅନ୍ୟ ଭାରତୀୟ ବ୍ୟାଟରମାନେ ହେଉଛନ୍ତି ଶୁବମନ ଗିଲ, ବିରାଟ କୋହଲି ଏବଂ ରୋହିତ ଶର୍ମା। ମୋଟ ଉପରେ, ୩୬ ଟି ବ୍ୟାଟ୍ସମ୍ୟାନ୍ ଚଳିତ ବର୍ଷ ଏହି ଲ୍ୟାଣ୍ଡମାର୍କ ହାସଲ କରିଛନ୍ତି।
ଅଷ୍ଟ୍ରେଲିଆ ବିପକ୍ଷ ଫାଇନାଲ ମ୍ୟାଚରେ ରାହୁଲ ୮୬ ଟି ବଲରୁ ଅର୍ଦ୍ଧଶତକ ହାସଲ କରିଥିଲେ, ଯାହା ମେଗା ଇଭେଣ୍ଟର ଚାଲିଥିବା ସଂସ୍କରଣରେ ମଧ୍ୟ ଧିମା ଅର୍ଦ୍ଧଶତକ ଥିଲା।ଭାରତ ରୋହିତ ଶର୍ମା, ଶୁବମାନ ଗିଲ ଏବଂ ଶ୍ରେୟାସ ଆୟରଙ୍କ ତିନୋଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ହରାଇବା ପରେ ରାହୁଲ ବ୍ୟାଟିଂ କରିବାକୁ ଆସିଥିଲେ। ଏହା ପରେ ରାହୁଲ ବିରାଟ କୋହଲିଙ୍କ ସହ ହାତ ମିଳାଇ ଚତୁର୍ଥ ୱିକେଟ୍ ପାଇଁ ୬୭ ରନ୍ କରିଥିଲେ।
ଏହା ପୂର୍ବରୁ ଟୁର୍ଣ୍ଣାମେଣ୍ଟରେ ରାହୁଲ ଦିନିକିଆ ବିଶ୍ୱକପ ଇତିହାସରେ ଜଣେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଦ୍ୱାରା ଦ୍ରୁତତମ ଶତକ ପାଇଁ ରେକର୍ଡ ସ୍ଥାପନ କରିଥିଲେ। ବାଙ୍ଗାଲୋରର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ନେଦରଲ୍ୟାଣ୍ଡ ବିପକ୍ଷ ଭାରତ ମ୍ୟାଚରେ ଏହି ସଫଳତା ହାସଲ ଲରିଥିଲେ ରାହୁଲ।