Categories: ଖେଳ

ଧୋନିଙ୍କ ରେକର୍ଡ ଭାଙ୍ଗିଲେ କେ.ଏଲ ରାହୁଲ

ନୂଆଦିଲ୍ଲୀ,୨୩।୧୨: ୨୦୨୩ କେ.ଏଲ ରାହୁଲଙ୍କ ପାଇଁ ବହୁତ ଭଲ ପ୍ରମାଣିତ ହୋଇଛି। ଯଦିଓ, ସେ ଚଳିତ ବର୍ଷ କିଛି ମାସ ଆହତ ଥିଲେ ମଧ୍ୟ ସୁସ୍ଥ ହେବା ପରେ ରାହୁଲ ଏକ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଛନ୍ତି। ରାହୁଲ ଜଣେ ଉଇକେଟ୍‌ କିପର ଭାବରେ ନିଜକୁ ବହୁତ ଉନ୍ନତ କରିଛନ୍ତି ଏବଂ କ୍ରମାଗତ ଭାବରେ ନିଜର କିପିଙ୍ଗ୍‌ ଦକ୍ଷତାକୁ ଉନ୍ନତ କରିଆସୁଛନ୍ତି। ରାହୁଲ ବିଶ୍ୱକପ୍‌ରେ ଭାରତୀୟ କ୍ରିକେଟ ଦଳ ପାଇଁ ଉଇକେଟ୍‌ କିପିଂ କରିଥିଲେ ଏବଂ ଚମତ୍କାର ପ୍ରଦର୍ଶନ କରିଥିଲେ। ଏସବୁ ବ୍ୟତୀତ କେ.ଏଲ ରାହୁଲ ମଧ୍ୟ ୨୦୨୩ରେ ବହୁତ ଭଲ ରନ ସ୍କୋର କରିଛନ୍ତି।

ଦିନିକିଆ ଫର୍ମାଟରେ ରାହୁଲ ଉଇକେଟ୍‌ କିପର ଭାବରେ ସର୍ବାଧିକ ରନ ସଂଗ୍ରହ କରିଛନ୍ତି। ଏହା ବ୍ୟତୀତ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଦିନିକିଆ ରନ୍‌ ସଂଗ୍ରହ କରିଥିବା ଉଇକେଟ୍‌ କିପର ତାଲିକାରେ କେ.ଏଲ ରାହୁଲ ତୃତୀୟ ସ୍ଥାନରେ ରହିଛନ୍ତି। ୨୦୨୩ରେ ଖେଳାଯାଇଥିବା ଦିଦିକିଆ ମ୍ୟାଚରେ ରାହୁଲ ମୋଟ ୧୦୦୮ରନ ସ୍କୋର କରିଛନ୍ତି, ଯାହାକି ଏକ କ୍ୟାଲେଣ୍ଡର ବର୍ଷରେ ଭାରତୀୟ ଉଇକେଟ୍‌ କିପରଙ୍କ ଦ୍ୱାରା ସର୍ବାଧିକ ସର୍ବାଧିକ ରନ୍‌ ଅଟେ। ଏହା କରି ରାହୁଲ ମହେନ୍ଦ୍ର ସିଂ ଧୋନିଙ୍କ ୫ କ୍ୟାଲେଣ୍ଡର ବର୍ଷର ରେକର୍ଡ ଭାଙ୍ଗିଛନ୍ତି।

ଧୋନି ତାଙ୍କ କ୍ୟାରିୟରରେ ୨୦୦୫, ୨୦୦୬, ୨୦୦୭, ୨୦୧୧, ଏବଂ ୨୦୧୭ରେ ସର୍ବାଧିକ ରନ ସ୍କୋର କରିଥିଲେ, ଯାହାର ରେକର୍ଡ କେ.ଏଲ ରାହୁଲ ଭାଙ୍ଗିଛନ୍ତି। ଯଦିଓ ଧୋନି ୨୦୦୮ ଏବଂ ୨୦୦୯ରେ ଉଇକେଟ୍‌ କିପର ଭାବରେ ଟିମ ଇଣ୍ଡିଆ ପାଇଁ ସର୍ବାଧିକ ଦିନିକିଆ ରନ ସ୍କୋର କରିଥିଲେ, ଯାହାର ରେକର୍ଡ କେ.ଏଲ ରାହୁଲ ଏ ପର୍ଯ୍ୟନ୍ତ ଭାଙ୍ଗିବାରେ ସକ୍ଷମ ହୋଇ ନାହାଁନ୍ତି।

Share