ସିଆଇଏସ୍‌ଏଫ୍‌ କର୍ମଚାରୀଙ୍କୁ ପିପିଇ କିଟ୍‌ ଦାନ କଲେ ଏହି ଭାରତୀୟ କ୍ରିକେଟର୍‌

ବେଙ୍ଗାଲୁରୁ, ୨୨।୮: ଭାରତୀୟ କ୍ରିକେଟ୍‌ ଦଳର ଉଦୀୟମାନ ଖେଳାଳି ଲୋକେଶ ରାହୁଲ ନିଜର ମହାନତା ପାଇଁ ଏବେ ଚର୍ଚ୍ଚାର ପରିଧିରେ ରହିଛନ୍ତି। ଆଇପିଏଲ୍‌ରେ ଖେଳିବା ଲାଗି ୟୁଏଇ ଗସ୍ତ କରିବା ପୂର୍ବରୁ ରାହୁଲ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ (ସିଆଇଏସ୍‌ଏଫ୍‌) କର୍ମଚାରୀଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି। ବେଙ୍ଗାଲୁରୁ ବିମାନ ବନ୍ଦରରେ ନିୟୋଜିତ ସିଆଇଏସ୍‌ଏଫ୍‌ କର୍ମଚାରୀଙ୍କୁ ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ ପିପିଇ କିଟ୍‌ ପ୍ରଦାନ କରିଛନ୍ତି। ଯାହା ଫଳରେ ରାହୁଲ ଏହି କର୍ମଚାରୀମାନଙ୍କୁ କରୋନା ମହାମାରୀ ସହିତ ମୁକାବିଲା କରିବରେ ସାହାଯ୍ୟ କରିଛନ୍ତି। ଆଇପିଏଲ୍‌ର ୧୩ତମ ସିଜନରେ କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବର ଅଧିନାୟକ ନିଯୁକ୍ତ ହୋଇଥିବା ରାହୁଲ କହିଛନ୍ତି, ‘ସିଆଇଏସ୍‌ଏଫ୍‌ କର୍ମଚାରୀମାନେ ଆମକୁ ଦିନରାତି ସୁରକ୍ଷା ଦେଉଛନ୍ତି। ସେମାନେ ନିଜ ଜୀବନକୁ ବିପଦରେ ପକାଇଛନ୍ତି, ଯାହାଦ୍ୱାରା ଆମେ ଆରାମରେ ବଞ୍ଚିପାରୁଛେ। ଏହା କେବଳ ମୋର ନୁହେଁ ବରଂ ସେମାନଙ୍କୁ ନିରାପଦ ଓ ଆରାମଦାୟକ ଅନୁଭବ ଦେବା ଆମ ସମସ୍ତଙ୍କର ଦାୟିତ୍ୱ। ସେମାନଙ୍କ ଲାଗି ଏହା ମୋ ପକ୍ଷରୁ କରାଯାଇଥିବା ଏକ ଛୋଟିଆ ପ୍ରୟାସ।’ ଏଥିପୂର୍ବରୁ ରାହୁଲ ଥାଲାସେମିଆ ରୋଗୀଙ୍କୁ ସହାୟତା କରିବା ଲାଗି ନିଜର ଜର୍ସି ଓ କିଟ୍‌ ନିଲାମ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ଗସ୍ତ ପାଇଁ ଇଂଲଣ୍ଡ ଦଳ ଘୋଷଣା

ଲଣ୍ଡନ,୨୨।୧୨: ଜାନୁଆରୀ ୨୨ରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟି-୨୦ ଏବଂ ଦିନିକିଆ ସିରିଜ ଖେଳାଯିବ। ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ ଏଥିପାଇଁ ଦଳ...

ବକ୍ସିଂ ଡେ ଟେଷ୍ଟ ପୂର୍ବରୁ ଭାରତକୁ ବଡ଼ ଝଟ୍‌କା

ସିଡନୀ,୨୨।୧୨: ଅଷ୍ଟ୍ରେଲିଆ ବିପକ୍ଷ ବକ୍ସିଂ ଡେ ଟେଷ୍ଟ ପୂର୍ବରୁ ଭାରତୀୟ ଅଧିନାୟକ ରୋହିତ ଶର୍ମା ଆହତ ହୋଇଛନ୍ତି। ରବିବାର ଅଭ୍ୟାସ ସମୟରେ ରୋହିତଙ୍କ ଆଣ୍ଠୁରେ ଆଘାତ...

Asia Cup 2024: ବାଂଲାଦେଶକୁ ହରାଇ ପ୍ରତିଶୋଧ ନେଲା ଭାରତ

ନୂଆଦିଲ୍ଲୀ,୨୨।୧୨: ଅଣ୍ଡର -୧୯ ମହିଳା ଏସିଆ କପ ୨୦୨୪ରେ ଭାରତୀୟ କ୍ରିକେଟ ଦଳ ବାଂଲାଦେଶକୁ ପରାସ୍ତ କରି ଟାଇଟଲ ଜିତିଛି। ଚଳିତ ବର୍ଷ ଭାରତର ଯୁବ...

କେ ଏଲ୍‌ ରାହୁଲଙ୍କ ପରେ ରୋହିତ ଶର୍ମା ଆହତ, ଟିମ୍‌ ଇଣ୍ଡିଆର ବଢ଼ିଲା ଚିନ୍ତା…

ନୂଆଦିଲ୍ଲୀ,୨୨।୧୨: ବର୍ଡର-ଗାଭାସ୍କର ଟ୍ରଫିରେ ଆଉ ୨ ମୁକାବିଳା ଖେଲାଯିବ। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଲାଗି ଟୁର୍ନାମେଣ୍ଟ ଗୁରୁତ୍ୱ ରଖୁଥିବାରୁ ଉଭୟ ଟିମ୍‌ ଲାଗି ବିଜୟ ଗୁରୁତ୍ୱ...

ଆପଣ କେରମ ବଲରେ ବୋଲ୍ଡ କରିଦେଲେ, ଆର ଅଶ୍ୱିନଙ୍କ ପାଇଁ ଏମିତି ଲେଖିଲେ ମୋଦି

ନୂଆଦିଲ୍ଲୀ,୨୨।୧୨: ବ୍ରିସବେନରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ତୃତୀୟ ଟେଷ୍ଟ ମ୍ୟାଚ ପରେ ଭାରତୀୟ ଦଳର ଭେଟେରାନ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ନିକଟରେ ଅବସର ନେଇଛନ୍ତି। ମ୍ୟାଚ...

୨୩ ଫେବୃଆରୀରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ!, ମାର୍ଚ୍ଚରେ ଫାଇନାଲ

ନୂଆଦିଲ୍ଲୀ,୨୨।୧୨: ୨୦୨୫ ଚାମ୍ପିଅନ୍ସ ଟ୍ରଫି ବିଷୟରେ ବର୍ତ୍ତମାନ ବିଶ୍ୱ କ୍ରିକେଟ ରେ ଏକ ଆଲୋଚନା ହେଉଛି । ଏହି ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟ ଆରମ୍ଭ ହେବାକୁ ଦୁଇ...

ଅଶ୍ୱିନଙ୍କ ସନ୍ନ୍ୟାସକୁ ନେଇ ଆସିଲା ପତ୍ନୀଙ୍କ ପ୍ରଥମ ପ୍ରତିକ୍ରିୟା, ଲେଖିଲେ ପ୍ରେମ ଚିଠି…

ନୂଆଦିଲ୍ଲୀ,୨୧।୧୨: ନିକଟରେ ଟିମ ଇଣ୍ଡିଆର ମହାନ ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ୱିନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଅଶ୍ୱିନଙ୍କ ହଠାତ ଅବସର ନିଷ୍ପତ୍ତି ଅନେକଙ୍କୁ ଚକିତ...

ପୁଣି ବିବାଦରେ ବିରାଟଙ୍କ ଲୋକପ୍ରିୟ ରେଷ୍ଟୁରାଣ୍ଟ ‘ଓ୍ବାନ୍‌ 8 କମ୍ୟୁନ୍‌’, ବଡ଼ ଅବହେଳା ଯୋଗୁ ମିଳିଲା ନୋଟିସ୍‌

ବେଙ୍ଗାଲୁରୁ,୨୧।୧୨: ଅଷ୍ଟ୍ରେଲିଆ ଖବରଦାତାଙ୍କ ସହ କଥା କଟାକଟିକୁ ନେଇ ଚର୍ଚ୍ଚାରେ ଥିବା ଭାରତୀୟ କ୍ରିକେଟର ବିରାଟ କୋହଲି ବିବାଦ ଘେରକୁ ଆସିଛନ୍ତି। ବେଙ୍ଗାଲୁରୁରେ ଥିବା ତାଙ୍କର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri