Categories: ଖେଳ

ନଟ୍‌ଆଉଟ୍‌ ଥିଲେ କେ.ଏଲ୍‌. ରାହୁଲ; ହେଲେ ନେଲେନାହିଁ ରିଭ୍ୟୁ

ନୂଆଦିଲ୍ଲୀ,୨୭।୧୦: ଟି୨୦ ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ନେଦରଲ୍ୟାଣ୍ଡ ବିପକ୍ଷରେ ସୁପର-୧୨ ଚରଣର ଦ୍ୱିତୀୟ ମ୍ୟାଚ୍‌ ଖେଳିଛି। ଏହି ମ୍ୟାଚ୍‌ରେ ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିଥିଲା। ପ୍ରାରମ୍ଭରେ ଉପଅଧିନାୟକ ତଥା ଓପନର କେ.ଏଲ୍‌. ରାହୁଲ ପୁଣିଥରେ ଫ୍ଲପ୍‌ ହୋଇଛନ୍ତି। ମାତ୍ର ୯ ରନ୍‌ କରି ସେ ନିଜର ଉଇକେଟ ହରାଇଥିଲେ।

ହେଲେ କେଏଲ୍‌ଙ୍କ ଭାଗ୍ୟ ତାଙ୍କ ସାଥିରେ ନ ଥିବା କୁହାଯାଉଛି। କାରଣ ଅମ୍ପାୟାର ତାଙ୍କୁ ଏଲ୍‌ବିଡବ୍ଲୁ ଆଉଟ୍‌ କରିଥିଲେ ହେଁ ପରେ ବଲ୍‌ ଓ୍ବିକେଟ୍‌ରେ ବାଜି ନ ଥିବାରୁ ତାହା ନଟ୍‌ଆଉଟ୍‌ ଥିବା ଜଣାପଡ଼ିଥିଲା। ଯଦି କେଏଲ୍‌ ନିଷ୍ପତ୍ତିର ରିଭ୍ୟୁ ନେଇଥାନ୍ତେ ତେବେ ତାଙ୍କର ଉଇକେଟ ଯାଇ ନ ଥାନ୍ତା। ହେଲେ ସେ ତାହା ନ କରି ପ୍ୟାଭିଲିୟନ ଫେରିଥିଲେ। ଏବେ ଏହି ବଲ୍‌ର ସ୍କ୍ରିନ୍‌ଶଟ୍‌ ଭାଇରାଲ ହେଉଛି।

ଟିମ୍‌ ଇଣ୍ଡିଆ ପାଇଁ କେଏଲ୍‌ ରାହୁଲ ଫ୍ଲପ ହେବା ଚିନ୍ତାର ବିଷୟ ପାଲଟିଛି। ପୂର୍ବରୁ ସେ ପାକିସ୍ତାନ ବିପକ୍ଷରେ ୪ ରନ୍‌ କରିବାରେ ସଫଳ ହୋଇଥିଲେ। ଏବେ ନେଦରଲ୍ୟାଣ୍ଡ ବିପକ୍ଷରେ ବି ୯ ରନ୍‌ ସେ କରିଛନ୍ତି। ଏଣୁ ଓପନିଂ ଯୋଡ଼ିକୁ ନେଇ ବିଚାର କରିବାକୁ ନେଇ ଚର୍ଚ୍ଚା ଜୋର ଧରିଛି।

Share