ମୁମ୍ବାଇ,୨୫।୪: କେ.ଏଲ ରାହୁଲଙ୍କ ନେତୃତ୍ୱାଧୀନ ଲକ୍ଷ୍ନୌ ସୁପର ଜିଆଣ୍ଟସ ମୁମ୍ବାଇ ଇଣ୍ଡିଆନ୍ସ ଉପରେ ଆଇପିଏଲ ୨୦୨୨ର ପଞ୍ଚମ ବିଜୟ ହାସଲ କରିଛି। ତେବେ ଏହି ବିଜୟ ପରେ ଲକ୍ଷ୍ନୌର ଦଳକୁ ଦଣ୍ଡିତ କରାଯାଇଛି। ଅଧିନାୟକ କେ.ଏଲ ରାହୁଲ ଏବଂ ବାକି ଖେଳୁଥିବା ଏକାଦଶରେ ଜୋରିମନା କରାଯାଇଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଧୀର ଓଭର ହାର ପାଇଁ କେଏଲ ରାହୁଲଙ୍କୁ ୨୪ ଲକ୍ଷ ଟଙ୍କା ଜୋରିମନା ହୋଇଥିବାବେଳେ ବାକି ଖେଳୁଥିବା ଏକାଦଶକୁ ୬ ଲକ୍ଷ ଟଙ୍କା ଜୋରିମନା କରାଯାଇଛ। ଚଳିତ ଆଇପିଏଲ୍ରେ ରାହୁଲଙ୍କୁ ଦୁଇଥର ଜରିମାନା କରାଯାଇଛି।
ଆଇପିଏଲର ୨୬ତମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ମଧ୍ୟ ରାହୁଲଙ୍କୁ ମନ୍ଥର ଓଭର ହାର ପାଇଁ ୧୨ ଲକ୍ଷ ଟଙ୍କା ଜୋରିମନା କରାଯାଇଥିଲା। କିନ୍ତୁ ଦ୍ୱିତୀୟ ଉଲ୍ଲଂଘନ ପାଇଁ ବର୍ତ୍ତମାନ ରାହୁଲଙ୍କ ଉପରେ ୨୪ ଲକ୍ଷ ଟଙ୍କା ଜୋରିମନା ଲାଗୁ କରାଯାଇଛି।