ଦୁବାଇ,୧୬।୧୦: ଶେଷ ହୋଇଛି ଆଇପିଏଲ୍ ୨୦୨୧। ଦୁଇଟି ପର୍ଯ୍ୟାୟରେ ଖେଳାଯାଇଥିବା ଏହି ଲିଗ୍ରେ ଅନେକ କ୍ରିକେଟର ନୂଆ ନୂଆ ଉପଲବ୍ଧି ହାସଲ କରିଛନ୍ତି। ବିଶେଷଭାବେ ସବୁଠାରୁ ଅଧିକ ଛକା ମାରି ଦର୍ଶକଙ୍କ ମନୋରଞ୍ଜନ କରିଛନ୍ତି ପଞ୍ଜାବ କିଙ୍ଗ୍ସର ଅଧିନାୟକ କେ.ଏଲ୍. ରାହୁଲ। ଟୁର୍ନାମେଣ୍ଟରେ ମୋଟ ୭୦୦ ଛକା ମରାଯାଇଥିବା ବେଳେ ସବୁଠାରୁ ଅଧିକ ୩୦ ଛକା ମାରିଛନ୍ତି ସେ।
ରାହୁଲଙ୍କ ପରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସର ଓପନର୍ ଫାଫ୍ ଡୁପ୍ଲେସି ଏବଂ ଋତୁରାଜ ଗାଏକ୍ୱାଡ। ଉଭୟ ୧୬ ମ୍ୟାଚ୍ରେ ୨୩ଟି ଲେଖାଏ ଛକା ମାରିଛନ୍ତି। ତାଲିକାର ତୃତୀୟ ସ୍ଥାନରେ ଆର୍ସିବିର ଗ୍ଲେନ ମାକ୍ସଓ୍ବେଲ ଅଛନ୍ତି। ସେ ୧୫ ମ୍ୟାଚ୍ରେ ୨୧ ଛକା ମାରିଛନ୍ତି।
ସେହିଭଳି ଗୋଟିଏ ପାଳିରେ ସର୍ବାଧିକ ଛକା ମାରିବା ମାମଲାରେ ମୁମ୍ବାଇର କିରୋନ ପୋଲାର୍ଡ ଏବଂ ଲୋକେଶ ରାହୁଲ ୮ଛକା ସହ ବରାବରରେ ଅଛନ୍ତି। ପୋଲାର୍ଡ ଚେନ୍ନାଇ ବିପକ୍ଷରେ ଖେଳି ୮ ଛକା ମାରିଥିଲେ। ସେହିଭଳି ରାହୁଲ ମଧ୍ୟ ଚେନ୍ନାଇ ବିପକ୍ଷରେ ଖେଳି ୪୨ ବଲରେ ୯୮ରନ୍ କରିଥିଲେ। ଏହି ଅପରାଜିତ ପାଳିରେ ୭ ଚୌକା ଏବଂ ୮ ଛକା ଥିଲା।