Categories: ଖେଳ

ପୁଣି କେ.ଏଲ୍‌ ରାହୁଲ ଫ୍ଲପ୍‌

ଆଡିଲେଡ୍‌,୧୦।୧୧: ପୁଣି ଫ୍ଲପ ହୋଇଛନ୍ତି ଭାରତୀୟ କ୍ରିକେଟର କେ.ଏଲ୍‌. ରାହୁଲ। ଇଂଲଣ୍ଡ ବିପକ୍ଷରେ ଗୁରୁବାର ଖେଳାଯାଉଥିବା ଗୁରୁତ୍ୱପୂର୍ଣ୍ଣ ସେମିଫାଇନାଲ ମୁକାବିଲାରେ ସେ ମାତ୍ର ୫ ରନ୍‌ରେ ଉଇକେଟ ହରାଇଛନ୍ତି। କ୍ରିସ ବୋକ୍ସଙ୍କ ବଲ୍‌ରେ ସେ କ୍ୟାଚ୍‌ଆଉଟ୍‌ ହୋଇଛନ୍ତି। ଫଳରେ ପ୍ରାରମ୍ଭରୁ ଭାରତକୁ ପ୍ରଥମ ଝଟ୍‌କା ଲାଗିଛି। ଏବେ ବିରାଟ କୋହଲି ଏବଂ ରୋହିତ ଶର୍ମା କ୍ରିଜ୍‌ରେ ଅଛନ୍ତି।

ପ୍ରକାଶ ଯେ, ଭାରତ ଏହି ମୁକାବିଲାରେ ଟସ୍‌ ହାରିଛି। ଫଳରେ ଇଂଲଣ୍ଡ ଅଧିନାୟକ ଜୋସ ବଟଲର ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଆଡିଲେଡ୍‌ର ରେକର୍ଡ ଦେଖିଲେ ଯେଉଁ ଟିମ୍‌ ଏଠାରେ ଟସ୍‌ ହାରିଥାଏ, ଉକ୍ତ ଦଳ ମ୍ୟାଚ୍‌ ଜିତିଥାଏ।  ଭାରତ ପକ୍ଷରେ ସେଭଳି କିଛି ହେଉଛି କି ନାହିଁ ତାହା କେଇ ଘଣ୍ଟାରେ ସ୍ପଷ୍ଟ ହୋଇଯିବ। ତେବେ ଭାରତର ଲକ୍ଷ୍ୟ ବଡ ସ୍କୋର କରିବା ଉପରେ ରହିଥିବା ରୋହିତ ତାଙ୍କ ପ୍ରତିକ୍ରିୟାରୁ ସ୍ପଷ୍ଟ କରିଛନ୍ତି।

Share