ନୂଆଦିଲ୍ଲୀ,୧୧।୧୦: ଚଳିତ ଆଇପିଏଲ୍ ସିଜନରେ ସର୍ବାଧିକ ରନ୍ କରିଥିବା ଲୋକେଶ ରାହୁଲ ପଞ୍ଜାବ କିଙ୍ଗ୍ସ ଫ୍ରାଞ୍ଚାଇଜଠାରୁ ଅଲଗା ହୋଇପାରନ୍ତି। ମିଳିଥିବା ସୂଚନା ମୁତାବକ, ସେ ଅକ୍ଶନରେ ସାମିଲ ହେବାକୁ ଚାହୁଁଛନ୍ତି। ତାଙ୍କୁ ଦଳରେ ସାମିଲ କରିବା ପାଇଁ କିଛି ଫ୍ରାଞ୍ଚାଇଜ ଇଚ୍ଛା ପ୍ରକଟ କରିଥିବା ନେଇ ସୂଚନା ମିଳିଛି। ତେବେ ରାହୁଲ ଏବେ ଟି୨୦ ବିଶ୍ୱକପ୍ ପାଇଁ ଭାରତୀୟ ଦଳ ସହ ବବଲରେ ଥିବାରୁ ତାଙ୍କ ସହ ଯୋଗାଯୋଗ କରାଯାଇ ପାରି ନାହିଁ। କିନ୍ତୁ ପଞ୍ଜାବ ଫ୍ରାଞ୍ଚାଇଜର ଜଣେ ଅଧିକାରୀ ଏ ସମ୍ପର୍କରେ ଆଲୋଚନା କରିବାକୁ ମନା କରି ଦେଇଛନ୍ତି।
ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ଅକଶନ ଲାଗି ରିଟେନଶନ୍ ଓ ରାଇଟ୍ ଟୁ ମ୍ୟାଚ୍ (ଆରଟିଏମ୍) ଘୋଷଣା କରାଯାଇନାହିଁ। ଦୁଇଟି ନୂଆ ଦଳ ଆଇପିଏଲରେ ସାମିଲ ହେଉଥିବାରୁ ବଡ଼ ଧରଣର ଅକଶନ ହେବାର ଅଛି।