Categories: ଖେଳ

କୋହଲି ଇସ୍ତଫା ଦେବାର ତିନି ଦିନ ପରେ ରାହୁଲଙ୍କ ବଡ ବୟାନ: ଯଦି ମୋତେ…

ନୂଆଦିଲ୍ଲୀ,୧୮।୧: ନିକଟରେ ଭାରତୀୟ ଟେଷ୍ଟ ଦଳର ଅଧିନାୟକ ପଦ ଛାଡ଼ିଛନ୍ତି ବିରାଟ କୋହଲି। ଏହାପରେ ତାଙ୍କ ସ୍ଥାନରେ କାହାକୁ ଅଧିନାୟକ ଭାବେ ନିଯୁକ୍ତ କରାଯିବ ସେ ନେଇ ଆଲୋଚନା ବଢ଼ିବାରେ ଲାଗିଛି। କିଛି ଲୋକ ରୋହିତଙ୍କୁ ସୀମିତ ଓଭର ସହ ଏହି ଫର୍ମାଟର ଦାୟିତ୍ୱ ମଧ୍ୟ ଦିଆଯିବ ବୋଲି କହୁଥିବା ବେଳେ କିଛି କେ.ଏଲ୍‌. ରାହୁଲ ନଚେତ ଋଷଭ ପନ୍ତ ଏହି ଦାୟିତ୍ୱ ସୂଚାରୁରୂପେ ତୁଲାଇବେ ବୋଲି ଭାବୁଛନ୍ତି। ଏପରି ସମୟରେ ରାହୁଲ ବଡ଼ ବୟାନ ଦେଇଛନ୍ତି।

ମଙ୍ଗଳବାର ଭର୍ଚୁଆଲ ଖବରଦାତା ସମ୍ମିଳନୀରେ ରାହୁଲ କହିଛନ୍ତି, ଯଦି ମୋତେ ଅଧିନାୟକ କରାଯାଏ ତେବେ ମୋ ପାଇଁ ତାହା ସମ୍ମାନର ବିଷୟ ହେବ। ଏହା ଏକ ବଡ଼ ରୋମାଞ୍ଚକ ସମ୍ଭାବନା। ନିଜର ସର୍ବଶ୍ରେଷ୍ଠ କ୍ଷମତା ସହ ଏହି ନେତୃତ୍ୱ ନେବାକୁ ଚେଷ୍ଟା କରିବି। ଏହା ଏକ ବଡ଼ ଦାୟିତ୍ୱ ହେବ।

ପ୍ରକାଶ ଯେ, ପୂର୍ବରୁ ଭାରତର ଅନ୍ୟତମ ପ୍ରମୁଖ ପେସ୍‌ ବୋଲର ଯଶପ୍ରୀତ ବୁମ୍‌ରା ଟେଷ୍ଟ ଅଧିନାୟକ ହେବାକୁ ପ୍ରସ୍ତୁତ ଥିବା କହିଥିଲେ। ଯଦି ନିକଟ ଭବିଷ୍ୟତରେ ତାଙ୍କୁ ସୁଯୋଗ ମିଳେ ତେବେ ସେ ନିଜକୁ ଗୌରବାନ୍ବିତ ମନେ କରିବେ ବୋଲି କହିଥିଲେ।

Share