Categories: ଖେଳ

ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରୁ ବାଦ୍‌ ପଡ଼ିବେ କେଏଲ୍‌ ରାହୁଲ? ବ୍ୟାଟିଂ କୋଚ୍‌ କହିଲେ…

ନୂଆଦିଲ୍ଲୀ,୨୯।୧୦: ଟି୨୦ ବିଶ୍ୱକପ୍‌ ୨୦୨୨ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତୃତୀୟ ମ୍ୟାଚ୍‌ ଖେଳିବ ଟିମ୍‌ ଇଣ୍ଡିଆ। ପର୍ଥରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ ଅନେକ ଦୃଷ୍ଟିରୁ ଭାରତ ଲାଗି ଗୁରୁତ୍ୱପୂର୍ଣ୍ଣ। ହେଲେ ଦଳରେ କେ.ଏଲ୍‌. ରାହୁଲଙ୍କ ପ୍ରଦର୍ଶନକୁ ନେଇ ସେ ଏହି ମ୍ୟାଚ୍‌ରେ ଖେଳିବେ କି ନାହିଁ ସେ ନେଇ ଆଶଙ୍କା ଦେଖାଦେଇଛି। ଲଗାତାର ଭାବେ ଫ୍ଲପ ହେଉଥିବାରୁ ଟୁର୍ନାମେଣ୍ଟରୁ ତାଙ୍କୁ ବାଦ୍‌ ଦିଆଯାଉ ବୋଲି ଦାବି ହେଉଛି। ଏସବୁ ମଧ୍ୟରେ ଦଳର ବ୍ୟାଟିଂ କୋଚ୍‌ ବିକ୍ରମ ରାଠୋର ରଣନୀତି ନେଇ ବହୁତ କିଛି କହିଛନ୍ତି।

ବିକ୍ରମ କହିଛନ୍ତି, କେଏଲ୍‌ଙ୍କ ସ୍ଥାନରେ ଋଷଭ ପନ୍ତଙ୍କୁ ଖେଳାଇବାକୁ ନେଇ ବିଚାର କରାଯାଇନାହିଁ। ସେ ହିଁ ଦଳ ପକ୍ଷରୁ ଓପନିଂ କରିବେ। ଏହାଛଡ଼ା ପନ୍ତଙ୍କୁ ସର୍ବଦା ମାନସିକ ଏବଂ ଶାରିରିକ ଭାବେ ପ୍ରସ୍ତୁତ ରହିବାକୁ କହୁଛୁ। ଫଳରେ ସେ କେବେ ବି ଏକାଦଶରେ ସାମିଲ ହୋଇପାରିବେ ବୋଲି ସେ କହିଛନ୍ତି।

କହିରଖୁଛୁ, ଏଯାବତ ବିଶ୍ୱକପ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ କେଏଲ୍‌ ପାକିସ୍ତାନ ବିପକ୍ଷରେ ମାତ୍ର ୪ ଏବଂ ନେଦରଲ୍ୟାଣ୍ଡ ବିପକ୍ଷରେ ୯ ରନ୍‌ କରି ଆଉଟ୍‌ ହୋଇଥିଲେ। ପୂର୍ବରୁ ମଧ୍ୟ ସେ ଟି୨୦ କ୍ରିକେଟରେ ନିଜର ଧିମା ବ୍ୟାଟିଂକୁ ନେଇ ସମାଲୋଚିତ ହୋଇଥିଲେ। ଏହି କାରଣରୁ ତାଙ୍କ ସ୍ଥାନରେ ପନ୍ତଙ୍କୁ ଓପନିଂ ଲାଗି ପଠାଯାଉ ବୋଲି କୁହାଯାଉଛି।

Share