Categories: ଖେଳ

ସେଞ୍ଚୁରିୟନରେ ରାହୁଲଙ୍କ ନିଆରା ରେକର୍ଡ, ପ୍ରଥମ ବିଦେଶୀ ଖେଳାଳି ଭାବେ ହାସଲ କଲେ ଏହି ସଫଳତା

ସେଞ୍ଚୁରିୟନ୍‌,୨୭ା୧୨: ଭାରତୀୟ ଦଳର ଉଇକେଟ କିପର ବ୍ୟାଟର ଲୋକେଶ ରାହୁଲ ଏକ ନିଆରା ରେକର୍ଡ ନିଜ ନାମରେ କରିଛନ୍ତି। ପ୍ରଥମ ବିଦେଶୀ ଖେଳାଳି ଭାବରେ ସେ ସେଞ୍ଚୁରିୟନରେ ଦୁଇଟି ସେଞ୍ଚୁରି (ଶତକ) ହାସଲ କରିଛନ୍ତି। ଟେଷ୍ଟରେ ଏହା ରାହୁଲଙ୍କ କ୍ୟାରିୟରର ଅଷ୍ଟମ ଶତକ ହୋଇଥିବା ବେଳେ ଅନ୍ତର୍ଜାତୀୟ କ୍ୟାରିୟରର ୧୭ତମ ଶତକ।

ପୂର୍ବରୁ ୨୦୨୧ରେ ସମାନ ଗ୍ରାଉଣ୍ଡରେ ରାହୁଲ ଏକ ଶତକ ହାସଲ କରିଥିଲେ। ଏହା ସହିତ ଏସୀୟ ବ୍ୟାଟରଙ୍କ ମଧ୍ୟରେ ଦକ୍ଷିଣ ଆଫ୍ରିକା ମାଟିରେ ସର୍ବାଧିକ ଶତକ ହାସଲରେ ସେ ବିରାଟ କୋହଲିଙ୍କ ସମକକ୍ଷ ହୋଇଛନ୍ତି। ସଚିନ ତେନ୍ଦୁଲକର ସର୍ବାଧିକ ୫ ଶତକ ହାସଲ କରିଥିବା ବେଳେ ଆଝାର ମେହମୁଦ, ଥିଲନ ସମରବୀରା ଓ ବିରାଟ କୋହଲି ଦୁଇଟି ଲେଖାଏ ଶତକ ହାସଲ କରିଛନ୍ତି। ପଞ୍ଚମ ଭାରତୀୟ ଉଇକେଟକିପର ଭାବରେ ଏସିଆ ବାହାରେ ଶତକ ରେକର୍ଡ କରିଛନ୍ତି ରାହୁଲ। ରିଷଭ ପନ୍ତ ଏସିଆ ବାହାରେ ୪ ଶତକ ହାସଲ କରିଥିବା ବେଳେ ବିଜୟ ମଞ୍ଜ୍ରେକର, ଅଜୟ ରାତ୍ରା ଓ ରିଦ୍ଧିମାନ ଶାହା ଗୋଟିଏ ଲେଖାଏ ଶତକ ହାସଲ କରିଛନ୍ତି।

Share