Categories: ଖେଳ

ମ୍ୟାଚ୍‌ ପୂର୍ବରୁ ଏମିତି କାମ କରି ପ୍ରଶଂସକଙ୍କ ହୃଦୟ ଜିତିଲେ ରାହୁଲ

ହରାରେ,୧୯।୮: ପ୍ରଥମ ଦିନିକିଆରେ ଜିମ୍ବାୱେ ବିପକ୍ଷରେ ୧୦ ଉଇକେଟରେ ବିଜୟ ହାସଲ କରିଛି। କେ.ଏଲ ରାହୁଲଙ୍କ ଅଧିନାୟକତ୍ୱରେ ଭାରତ ଜବରଦସ୍ତ ଖେଳ ପ୍ରଦର୍ଶନ କରି ହରାରେ ଗ୍ରାଉଣ୍ଡରେ ଏକପାଖିଆ ବିଜୟ ହାସଲ କରିଥିଲା। ଭାରତର ବିଜୟର ହିରୋ ବୋଲିଂରେ ଦୀପକ ଚହର, ଅକ୍ଷର ପଟେଲ ଏବଂ ପ୍ରସିଦ୍ଧ କ୍ରିଷ୍ଣା ଏବଂ ବ୍ୟାଟିଂରେ ଶିଖର ଧାୱନ ଥିଲେ। ଧାଓ୍ବନ ୮୧ ରନ ସଂଗ୍ରହ କରିଥିଲେ ଏବଂ ଶୁଭମାନ ଗିଲ ୮୨ ରନର ଅପରାଜିତ ଇନିଂସ ଖେଳିଥିଲେ। ଅଧିନାୟକ ଭାବରେ ଏହା କେ.ଏଲ ରାହୁଲଙ୍କ ପ୍ରଥମ ବିଜୟ ଥିଲା।
ରାହୁଲ ବର୍ତ୍ତମାନ ଅନ୍ୟ ଏକ କାରଣ ପାଇଁ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ମ୍ୟାଚ ପୂର୍ବରୁ ଜାତୀୟ ସଙ୍ଗୀତ ପାଇଁ ଭାରତୀୟ ଦଳ ଛିଡା ହୋଇଥିଲେ। ଜାତୀୟ ସଙ୍ଗୀତ ବାଜିବା ପୂର୍ବରୁ ରାହୁଲ ତାଙ୍କ ପାଟିରୁ ଚୁଇଙ୍ଗମ୍‌ ବାହାର କରି ଫିଙ୍ଗି ଦେଇଥିଲେ। ଜାତୀୟ ସଙ୍ଗୀତକୁ ସମ୍ମାନ ଦେବା ପାଇଁ ସେ ଏହା କରିଥିଲେ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ୟୁଜର୍ସ ରାହୁଲଙ୍କୁ ବହୁତ ପ୍ରଶଂସା କରୁଛନ୍ତି।
ଏହି ମ୍ୟାଚ୍‌ ଜରିଆରେ ରାହୁଲ ପ୍ରାୟ ତିନିମାସ ପରେ ଦଳକୁ ଫେରିଛନ୍ତି। ଜୁନ ମାସ ଆରମ୍ଭରେ ସେ ଆଘାତ ହୋଇଥିଲେ।

Share