ନୂଆଦିଲ୍ଲୀ,୩।୫: ଆଇପିଏଲର ଏହି ସିଜନରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ଅଧିନାୟକ କେ.ଏଲ ରାହୁଲଙ୍କୁ ପଡ଼ିଆରେ ଦେଖିବାକୁ ମିଳିବ ନାହିଁ। ବିସିସିଆଇ ସୂତ୍ରରୁ ପ୍ରକାଶ ଏକ ମିଡିଆ ରିପୋର୍ଟରେ ଏହି କଥା ସାମ୍ନାକୁ ଆସିଛି। ଲକ୍ଷ୍ନୌ ସୁପର ଜିଆଣ୍ଟସ ଦେଇଥିବା ସୂଚନା ଅନୁଯାୟୀ, କେ.ଏଲ ରାହୁଲ କେବଳ ସିଏସ୍କେ ବିପକ୍ଷ ମ୍ୟାଚରୁ ବାଦ ପଡିବେ ବୋଲି କୁହାଯାଉଛି।
ସୋମବାର ରାତିରେ ଖେଳାଯାଇଥିବା ମ୍ୟାଚରେ କେ.ଏଲ ରାହୁଲ ଆହତ ହୋଇଥିଲେ। ଆରସିବି ବିପକ୍ଷ ଏହି ମ୍ୟାଚର ଦ୍ୱିତୀୟ ଓଭରରେ ତାଙ୍କ ଗୋଡରେ ଆଘାତ ଲାଗିଥିଲା। ସେ ଠିକ ଭାବରେ ମଧ୍ୟ ଛିଡା ହୋଇପାରୁ ନ ଥିଲେ।