Categories: ଖେଳ

ଲକ୍ଷ୍ନୌ ସୁପର ଜ୍ୟାଣ୍ଟସକୁ ବଡ ଝଟକା, କେଏଲ ରାହୁଲ ବାକି ସମସ୍ତ ମ୍ୟାଚରୁ ଆଉଟ

ନୂଆଦିଲ୍ଲୀ,୫।୫: ଇଣ୍ଡିଆନ ପ୍ରିମିୟର ଲିଗ ଫ୍ରାଞ୍ଚାଇଜ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସକୁ ବଡ ଝଟକା ଲାଗିଛି। ପଏଣ୍ଟ ଟେବୁଲରେ ୧୧ ଅଙ୍କ ସହ ଦ୍ୱିତୀୟ ନମ୍ବରରେ ଥିବା ଲକ୍ଷ୍ନୌ ସୁପର ଜ୍ୟାଣ୍ଟସର କ୍ୟାପଟେନ କେ ଏଲ ରାହୁଲ ଆହତ କାରଣରୁ ସମସ୍ତ ମ୍ୟାଚରୁ ଆଉଟ ହୋଇଯାଇଛନ୍ତି।
ରାହୁଲ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷ ମ୍ୟାଚରେ ଫିଲ୍ଡିଂ ସମୟରେ ଆହତ ହୋଇଥିଲେ। ଏହାପରେ ଚେନ୍ନାଇ ସୁପର କିଙ୍ଗସ ବିପକ୍ଷ ମ୍ୟାଚରେ ସେ ଖେଳି ନ ଥିଲେ। ରାହୁଲଙ୍କ ସ୍ଥାନରେ ସେହି ମ୍ୟାଚରେ କ୍ୟାପଟେନ ଭାବେ ଅଲରାଉଣ୍ଡର ଖେଳାଳି କୃଣାଳ ପାଣ୍ଡ୍ୟା ମ୍ୟାଚ ସମ୍ଭାଳି ଥିଲେ।
ଏବେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ ପକ୍ଷରୁ ରାହୁଲ ଆହତ ହୋଇଥିବା ନେଇ ଅଫିସିଆଲ ବୟାନ ଜାରି କରାଯାଇଛି। ଫ୍ରାଞ୍ଚାଇଜି କହିଛି କି ରାହୁଲ ଆହତ ହେବା ପରେ ସ୍କାନ ଓ କିଛି ଟେଷ୍ଟ ପରେ ଜଣାପଡିଛି କି ତାଙ୍କର ସର୍ଜରୀ ହେବ। ରାହୁଲଙ୍କର ଏହି କଠିନ ସମୟରେ ଆମେ ତାଙ୍କୁ ସହଯୋଗ କରିବୁ। ଫଳରେ ସେ ଶୀଘ୍ର ସୁସ୍ଥ ହୋଇଯିବେ। ତାଙ୍କର ଅନୁପସ୍ଥିତି ନିଶ୍ଚିତ ଭାବେ ଆମେ ଅନୁଭବ କରିବୁ। ଆମେ କେଏଲଙ୍କୁ ଖୁବଶୀଘ୍ର ପୁଣି ପଡିଆରେ ଦେଖିବାକୁ ଚାହିଁବୁ। ଆଉ ଆମର ବିଶ୍ୱାସ ରହିଛି କି ସେ ଖୁବଶୀଘ୍ର ଫେରିବେ।

Share