Categories: ଖେଳ

ଡବ୍ଲୁଟିସି ଫାଇନାଲରୁ ବାଦ୍‌ ପଡିଲେ କେ.ଏଲ ରାହୁଲ

ନୂଆଦିଲ୍ଲୀ,୮।୫: ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ (ଡବ୍ଲୁଟିସି)ର ଫାଇନାଲ ମ୍ୟାଚରେ କ୍ରିକେଟର କେ.ଏଲ ରାହୁଲ ଖେଳିବେ ନାହିଁ। ଏନେଇ ସୋମବାର ଭାରତୀୟ କ୍ରିକେଟ ବୋର୍ଡ (ବିସିସିଆଇ) ସୂଚନା ଦେଇଛି। ଏଥିସହିତ ରାହୁଲଙ୍କ ସ୍ଥାନରେ କିଏ ଖେଳିବେ ସେନେଇ ବିସିସିଆଇ ଘୋଷଣା କରିଛି। ସୂଚନାନୁଯାୟୀ, ବିସିସିଆଇ କେ.ଏଲ ରାହୁଲଙ୍କ ସ୍ଥାନରେ ଉଇକେଟ କିପର ବ୍ୟାଟ୍ସମ୍ୟାନ ଇଶାନ କିଷାନଙ୍କୁ ଟିମ ଇଣ୍ଡିଆରେ ସାମିଲ କରିଛି। ତେବେ କେ.ଏସ ଭରତ ମଧ୍ୟ ଟିମ ଇଣ୍ଡିଆ ସହ ସାମିଲ ଅଛନ୍ତି।
କେ.ଏଲ ରାହୁଲଙ୍କ ରିପ୍ଲେସମେଣ୍ଟ ସହିତ ବିସିସିଆଇ ତିନି ଜଣ ଷ୍ଟାଣ୍ଡବାଇ ଖେଳାଳିଙ୍କ ନାମ ମଧ୍ୟ ଘୋଷଣା କରିଛି। ଏଥିରେ ଓପନର୍‌ ଋତୁରାଜ ଗାୟକୱାଡ, ଦ୍ରୁତ ବୋଲର ମୁକେଶ କୁମାର ଏବଂ ବିସ୍ଫୋରକ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ଅଛନ୍ତି। ଏହି ତିନି ଖେଳାଳି ଟିମ ଇଣ୍ଡିଆ ସହିତ ଇଂଲଣ୍ଡ ଯିବେ।

Share