Advertisement

ପ୍ରେମିକାଙ୍କୁ ପାଇବା ପାଇଁ ଭାଇକୁ ପଟାଉଛନ୍ତି ଏହି କ୍ରିକେଟର୍‌

ଭାରତୀୟ କ୍ରିକେଟର୍‌ କେଏଲ୍‌ ରାହୁଲ ଏବେ ଦଳ ସହ ଲଣ୍ଡନରେ ଅଛନ୍ତି। ଏବେ କୌଣସି ମ୍ୟାଚ୍‌ ନ ଥିବାରୁ ସେ ପ୍ରେମିକା ତଥା ଅଭିନେତ୍ରୀ ଆଥିଆ ସେଟ୍ଟୀ ଭାଇ ଆହାନଙ୍କ ସହ ଲଣ୍ଡନରେ ସମୟ ବିତାଉଛନ୍ତି। ଆହାନଙ୍କ ସହ ଇନ୍‌ଷ୍ଟାଗ୍ରାମରେ ଫଟୋ ଶେୟାରେ କରିଛନ୍ତି ରାହୁଲ। ଫଟୋ ଉଭୟ ଲଣ୍ଡନ ରାସ୍ତାରେ ବୁଲୁଥିବା ଦେଖାଯାଇଛି। ଏହି ଫଟୋରେ କମେଣ୍ଟ ଦେଇ ୟୁଜର୍ସ କହିଛନ୍ତି ପ୍ରେମିକାଙ୍କୁ ପାଇବା ପାଇଁ ଭାଇକୁ ପଟାଉଛନ୍ତି ରାହୁଲ। ଅନ୍ୟ ଜଣ ୟୁଜର୍ସ କହିଛନ୍ତି ଭିଣୋଇ-ଶହା ଏକାଠି। ଦୀର୍ଘ ଦିନ ହେବ ଉଭୟ ରାହୁଲ ଏବଂ ଆଥିଆ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ଚର୍ଚ୍ଚା ହେଉଛି। ଉଭୟଙ୍କ ମଧ୍ୟ ଅନେକ ସ୍ଥାନରେ ଏକାଠି ଦେଖିବାକୁ ମିଳିଛି। କିଛିଦିନ ପୂର୍ବରୁ ଆଥିଆ ଏବଂ ରାହୁଲ ଏକ କପଡା ବିଜ୍ଞାପନ ପାଇଁ ଏକାଠି ନଜର ଆସିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share