Categories: ଖେଳ

ପଡ଼ିବ କି ହାତଗଣ୍ଠି ! କେ.ଏଲ୍‌.ଙ୍କ ଛୁଟି ମଞ୍ଜୁର କଲେ ବିସିସିଆଇ

ନୂଆଦିଲ୍ଲୀ,୩।୧୨: ଜାନୁୟାରୀରେ ପଡ଼ିପାରେ ଭାରତୀୟ କ୍ରିକେଟର କେ.ଏଲ୍‌. ରାହୁଲଙ୍କ ହାତଗଣ୍ଠି। ପ୍ରେମିକା ତଥା ଅଭିନେତ୍ରୀ ଆଥିଆ ସେଟ୍ଟୀଙ୍କ ହାତ ଧରିବେ ସେ। ଦୀର୍ଘ ବର୍ଷ ଧରି ପରସ୍ପରକୁ ଡେଟ୍‌ କରିବା ପରେ ଏବେ ଦୁହେଁ ସମ୍ପର୍କକୁ ଆଉ ପାଦେ ଆଗକୁ ନେବାକୁ ନିଷ୍ପତ୍ତି ନେଇଛନ୍ତି। ଉଭୟ ପରିବାରର ସମର୍ଥନ ପରେ ଏବେ ବିବାହ ହେବ ବୋଲି ଚର୍ଚ୍ଚା ଜୋର ଧରିଛି। ଇତି ମଧ୍ୟରେ ବିସିସିଆଇ ମଧ୍ୟ କ୍ରିକେଟରଙ୍କୁ ଛୁଟି ଦେଇଥିବା ଜଣାପଡ଼ିଛି।

ଏକ ରିପୋର୍ଟ ଅନୁଯାୟୀ, କେ. ଏଲ୍‌ଙ୍କୁ ବିସିସିଆଇ ବ୍ୟକ୍ତିଗତ ଛୁଟି ଲାଗି ମଞ୍ଜୁରି ଦେଇଛି। ପ୍ରେମିକାଙ୍କୁ ବିବାହ ଲାଗି ସେ ଏହି ଛୁଟି ମାଗିଛନ୍ତି। କେବଳ ତାରିଖ ଜଣାପଡ଼ି ନ ଥିଲେ ହେଁ ଆସନ୍ତା ବର୍ଷ ତାହା ହୋଇପାରେ।

କହିରଖୁଛୁ, ଗତ ୩ ବର୍ଷ ଧରି ଆଥିଆ ଏବଂ କେ.ଏଲ୍‌ ପରସ୍ପରକୁ ଡେଟ୍‌ କରୁଛନ୍ତି। ହେଲେ କିଛି ମାସ ପୂର୍ବେ ଦୁହେଁ ସମ୍ପର୍କକୁ ଅଫିସ୍ରିଆଲ କରିଥିଲେ। ଉଭୟଙ୍କୁ ଅନେକ ଉତ୍ସବ ଏବଂ ପାର୍ଟିରେ ଏକାଠି ଦେଖାଯାଉଥିଲା।

Share