Advertisement

କେରଳ ହାଇକୋର୍ଟ ବିଚାରପତିଙ୍କ ବିରୋଧରେ ଭ୍ରଷ୍ଟାଚାର ଅଭିଯୋଗ ଆଣିଲେ କେ.ଏମ୍‌ ଶାହାଜାହନ

ଥିରୁଭାନଥପୁରମ୍‌,୧୦।୬:କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍‌. ଅଚ୍ୟୁତାନନ୍ଦଙ୍କ ତତ୍କାଳୀନ ବ୍ୟକ୍ତିଗତ ସଚିବ କେ.ଏମ୍‌. ଶାହାଜାହାନ କେରଳ ବିଚାରପତିଙ୍କ ବିରୋଧରେ ଭ୍ରଷ୍ଟାଚାର ଅଭିଯୋଗ ଆଣିଛନ୍ତି। ଯାହା ତାଙ୍କ ଉପରେ ମହଙ୍ଗା ପଡିଛି। ହାଇକୋର୍ଟ ଏହାକୁ କୋର୍ଟର ଅବମାନନା ବୋଲି କହିବା ସହ ବିନା ସର୍ତ୍ତରେ କ୍ଷମା ମାଗିବାକୁ କହିଛି। ଏଥିସହ ୟୁଟ୍ୟୁବରେ ଏକ ଭିଡିଓ ଷ୍ଟ୍ରିମ୍‌ କରି କ୍ଷମା ମାଗିବାକୁ କୁହାଯାଇଛି। ଏହି ଭିଡିଓକୁ ଅନଲାଇନ ଅପଲୋଡ କରିବା ପରେ କୋର୍ଟରେ ଏହାକୁ ଦାଖଲ କରିବେ ବୋଲି କୁହାଯାଇଛି। ପରେ ଶାହାଜାହାନ ଏନେଇ ଏକ ସର୍ତ୍ତମୂଳକ ଲିଖିତ କ୍ଷମା ପ୍ରାର୍ଥନା କରିବାକୁ ଇଚ୍ଛା ପ୍ରକାଶ କରି ସମୟ ମାଗିଥିଲେ। ଯାହାକୁ ଜଷ୍ଟିସ ପି.ବି ସୁରେଶ କୁମାର ଏବଂ ଜଷ୍ଟିସ ସି.ଏସ୍‌ ସୁଧାଙ୍କ ଖଣ୍ଡପୀଠ ଅନୁମୋଦନ କରିଛନ୍ତି।

‘ଲାଇଭ ଲ’ ରିପୋର୍ଟ ଅନୁଯାୟୀ, ଶାହାଜାହାନଙ୍କ ୟୁଟ୍ୟୁବ ଚ୍ୟାନେଲ ‘ପ୍ରତିପକ୍ଷମ’ରେ ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ସେ କେରଳ ହାଇକୋର୍ଟର ବିଚାରପତିମାନେ ଲାଞ୍ଚ ନେଇଥିବା ଗୁରୁତର ଅଭିଯୋଗ ଆଣିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share